#Uncategorized

ଆଠଗଡରେ କୋଭିଡ ଦିତୀୟ ଲହର ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ଆଠଗଡ(ଉଲାପ୍ର)ରାଜ୍ୟରେ କରୋନାର ଦିତୀୟ ଲହର ନେଇ ସରକାର ଜିଲା ଠାରୁ ଆରମ୍ଭ କରି ଉପଖଣ୍ଡ ପର୍ଯ୍ୟନ୍ତ ସବୁ ଜିଲାପାଳ,ଉପଜିଲାପାଳ ମାନଙ୍କୁ ଚିଠି କରିବା ପରେ କଟକ ଜିଲ୍ଲା ଆଠଗଡ ପ୍ରଶାସନ ତପ୍ତର ହୋଇ ଉଠିଛି,ଆଠଗଡ ଉପଜିଲାପାଳଙ୍କ ଅଫିସ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକ ରେ ଆଠଗଡ ଉପଜିଲାପାଳ ଅଜାମ୍ବର ମହାନ୍ତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ଆଠଗଡ ଡ଼ିଏସପି ଆଲୋକ ରଞ୍ଜନ ରାୟ,ଏସଡିଏମଓ ବିଜୟ ମିଶ୍ର,ଆଠଗଡ ବିଡ଼ିଓ ଅରୁଣ କୁମାର ଦାସ ତଥା ବିଭିନ୍ନ ବିଭାଗର

ପଦାଧିକାରୀ,ଆଠଗଡ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳା,ଆଠଗଡ ଆଇଆଇସି ଜ୍ଞାନରଞ୍ଜନ ମିଶ୍ର,ଖୁଣ୍ଟୁଣି ଆଇଆସିସି ସୁଚିତ୍ରବିର୍ଯ୍ୟ ଦାସ,ଗୁରୁଡ଼ିଝଥାଟିଆ ଥାନା ଅଧିକାରୀ ,ବହୁ ବିଭାଗର ପଦାଧିକାରୀ ମାନେ ଯୋଗ ଦେଇ ଆଗାମୀ ଦିନରେ ଆଠଗଡ ଉପଖଣ୍ଡରେ ବ୍ୟାପକ ମାକ୍ସ ଚେକିଙ୍ଗ କୁ କଡାକଡି କରାଯିବା ସହିତ ମାକ୍ସ ପିନ୍ଧୁନଥିବା ବ୍ୟକ୍ତି ମାନଙ୍କ ଉପରେ ଫାଇନ ଆଦାୟ କରାଯିବ ବୋଲି ମତାମତ ଗ୍ରହଣ କରାଯାଇଛି,ପ୍ରଥମେ ଅମାନିଆ ମାନଙ୍କୁ ବୁଝାଯିବ,ଯଦି ଅମାନିଆ ମାନେ କୋଭିଡ ଆଇନକୁ ଖାତିର କରିବେ ନାହିଁ ତେବେ ପ୍ରଶାସନ ତରଫରୁ କଡା ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଠଗଡ ଉପଜିଲାପାଳ ଅଜାମ୍ବର ମହାନ୍ତି ପ୍ରକାଶ କରିଛନ୍ତି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *