#Uncategorized

ଖୁଣ୍ଟୁଣୀ ବନାଞ୍ଚଳରେ ପୁଣି ମାତିଲା ଦଳ ଛଡା ଦନ୍ତାହାତୀ, ଘର ବାରଣ୍ଡାରୁ ଘୋଷାରି ବୃଦ୍ଧଙ୍କୁ ଦଳି ମାରିଲା ଦନ୍ତା


ଖୁଣ୍ଟୁଣି(ଉଲାପ୍ର)ଖୁଣ୍ଟୁଣୀ ବନାଞ୍ଚଳରେ ଦଳ ଛଡା ହୋଇ ବୁଲୁଥିବା ଦନ୍ତାହାତୀ ଗତକାଲି ସନ୍ଧ୍ୟାରେ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କୁଶପଙ୍ଗି ଗ୍ରାମ ରାଉଳ ସାହିରେ ପସି ଘର ବାରଣ୍ଡାକୁ ଲାଗି ରହିଥିବା ଏକ ଅସ୍ଥାୟୀ କୁଡ଼ିଆ ଘରେ ଶୋଇଥିବା ପୂର୍ଣ୍ଣଚନ୍ଦ୍ର ରାଉଳ(୭୫) ନାମକ ଜଣେ ବୃଦ୍ଧଙ୍କୁ ଦଳି ମାରି ଦେଇଥିବା ଜଣାପଡିଛି ମୃତ ବୃଦ୍ଧ ଜଣକ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ସ୍ଥାନୀୟ ଲୋକମାନେ ବୃଦ୍ଧଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ନିମନ୍ତେ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ପ୍ରାପ୍ତ ଖବର ମୁତାବକ ଖୁଣ୍ଟୁଣୀ ବନାଞ୍ଚଳରେ ଦୀର୍ଘ ଦିନ ହେଲା ଏହି ଦନ୍ତାହାତୀଟି ଦଳ ଛଡା ହୋଇ ଏକୁଟିଆ ବିଚରଣ କରୁଛି, ଗତ ଦୁଇ ଦିନ ତଳେ ଦନ୍ତା ଡାଳିଯୋଡ଼ା ରେଞ୍ଜ ଇଲାକକୁ ପଳାଇ ଗତକାଲି ରାତିରେ ପୁନର୍ବାର ଖୁଣ୍ଟୁଣୀ ଫରେଷ୍ଟ ରେଞ୍ଜକୁ ଫେରିଆସି କୁଶପଙ୍ଗି ସ୍ଥିତ ଇଟାଙ୍ଗ ପାହାଡରେ ରହିଥିଲା, ଗତକାଲି ସନ୍ଧ୍ୟା ରେ ହାତୀ ଇଟାଙ୍ଗରୁ ଚାଲିଆସି ସାଢ଼େ ୫ଟା ବେଳେ ସ୍ଥାନୀୟ ଏକ

ଫାଇନାନ୍ସ କମ୍ପାନୀ ପଛପଟ କାଜୁ ଜଙ୍ଗଲ ମଧ୍ୟକୁ ପଳାଇ ଯାଇଥିଲା, ୬ଟା ସମୟରେ ହାତୀ କାଜୁ ଜଙ୍ଗଲରୁ ବାହାରି ହଠାତ ଦନ୍ତାହାତୀ କୁଶପଙ୍ଗି ରାଉଳ ସାହିକୁ ପ୍ରବେଶ କରିଥିଲା, ଏହି ସମୟରେ ପୂର୍ଣ୍ଣଚନ୍ଦ୍ର ରାଉଳ ଘର ବାରଣ୍ଡାକୁ ଲାଗି ରହିଥିବା ଏକ କୁଡ଼ିଆ ଘରେ ଶୋଇଥିବା ବେଳେ ହାତୀ କୁଡ଼ିଆକୁ ଭାଙ୍ଗି ବୃଦ୍ଧ ପୂର୍ଣ୍ଣଚନ୍ଦ୍ରଙ୍କୁ ଆକ୍ରମଣ କରିଥିଲା ,ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା, ଖବର ପାଇ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ପାଲ ସିଂ ମାଥୁର ବିଭାଗୀୟ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ହାତୀ ଆକ୍ରମଣସ୍ଥଳ ପରିଦର୍ଶନ କରିଥିଲେ ଏବଂ ମୃତ ବୃଦ୍ଧଙ୍କ ଶବକୁ ବ୍ୟବଛେଦ ନିମନ୍ତେ ଆଠଗଡ଼ ମେଡ଼ିକାଲକୁ ପଠାଇଥିଲେ, ମୃତ ବୃଦ୍ଧଙ୍କ ପରିବାରକୁ ଶବ ସତ୍କାର ନିମନ୍ତେ ୪୦ହଜାର ଟଙ୍କା ସହାୟତା ଦେବା ସହ ,ବ୍ୟବଛେଦ ରିପୋର୍ଟ ଆସିବା ପରେ ବୃଦ୍ଧଙ୍କ ପରିବାରକୁ ହାତୀ ଆକ୍ରମଣର ଅବଶିଷ୍ଟ ସହାୟତା ରାଶି ପ୍ରଦାନ ଓ ହାତୀ ଭାଙ୍ଗିଥିବା ଘର ପାଇଁ ସହାୟତା ଏବଂ ଉକ୍ତ ଅଞ୍ଚଳଟି ସର୍ବଦା ହାତୀ ଉପଦ୍ରୁତ ଅଞ୍ଚଳ ହୋଇଥିବାରୁ ଦେଢ଼ କିମି ପର୍ଯ୍ୟନ୍ତ ସୋଲାର ତାରବାଡ଼ ବ୍ୟବସ୍ଥା ପାଇଁ ବନାଞ୍ଚଳ ଅଧିକାରୀ ଶ୍ରୀମାଥୁର ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ

ଉପସ୍ଥିତିରେ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ ,ପ୍ରକାଶ ଥାଉକି ଉକ୍ତ ଦନ୍ତା ଖୁଣ୍ଟୁଣୀ ରେଞ୍ଜରେ ଗତ ଡିସେମ୍ବର ୨୬ତାରିଖରେ କପୁରସିଂ ଠାରେ ଜଣେ ଯୁବକକୁ ଆକ୍ରମଣ କରି ଗୁରୁତର କରିଥିବା ବେଳେ ବିଷ୍ଣୁପୁର ଠାରେ ମଇଁଷି ଗୋଠରେ ମଇଁଷିଙ୍କୁ ଆକ୍ରମଣ କରି ମୃତାହତ କରିବା, ବ୍ରାହ୍ମଣବସ୍ତ ଠାରେ ଦୁଇ ବାଇକ ଭାଙ୍ଗି ଚୁରମାର କରିବା ଭଳି ଘଟଣା ନିକଟ ଅତୀତରେ ଘଟାଇଥିବା ପ୍ରକାଶ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *