#Breaking News

ଟୀକାକରଣ ଉପରେ ସଚେତନତା କର୍ମଶାଳା


ବରଗଡ଼ ୨୪/୬ -ବରଗଡ ଜ଼ିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ କନାପାଲି ଅଙ୍ଗନବାଡି କେନ୍ଦ୍ର ଠାରେ ମହାଶକ୍ତି ଫାଉଣ୍ଡେସନ ଆନୁକୂଲ୍ୟରେ କୋ-ଭେକସିନ ଉପରେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜ଼ିଲ୍ଲା ପରିଷଦସଭ୍ୟ ସୁବ୍ରତ ବେହେରା ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମ ରେ କନାପାଲି ଅଙ୍ଗନବାଡ଼ି କର୍ମୀ
ବିଷ୍ଣୁପ୍ରିୟା ଦଲେଇ ସାମାଜିକ ଦୂରତା ଓ ସରକାରଙ୍କ ଆଶୀର୍ବାଦ ଯୋଜନା ଉପରେ ଆଲୋଚନା କରିଥିଲେ l ବିଲାସ ଭୋଇ ଅଙ୍ଗନବାଡି ମାସ୍କ ପରିଧାନ ଉପରେ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ପରିଷଦ ସଭ୍ୟ ଶ୍ରୀ ବେହେରା ବର୍ତମାନ ର କୋଭିଡ ପରିସ୍ଥିତିରେ ସ୍ୱୟଂ ସହାୟକ ଗୋଷ୍ଠୀ ର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ l କାର୍ଯ୍ୟକ୍ରମ କୁ ସୁବୋଧ କୁମାର ସାହୁ ଇଶକ୍ତି ପ୍ରକଳ୍ପ ମୁଖ୍ୟ,ପରିଚାଳନା କରିଥିଲେ l ଶେଷରେ ଆନିମେଟର ଉତ୍ତର କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ଲକ କୋଡିନେଟର ଇଶକ୍ତି ଝୁନୁ ଦାସ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l

Leave a comment

Your email address will not be published. Required fields are marked *