#Tourism & Cultire

ଅବ୍ୟବସ୍ଥା ଘେରରେ ଆଠଗଡର ଏକମାତ୍ର ଜଳପ୍ରପାତ ଦେଓଝର ।

ପିକନିକ ସିଜିନ ଆରମ୍ଭ ହୋଇଯାଇଥିବା ବେଳେ କଟକ ଜିଲ୍ଲାର ଏକ ମାତ୍ର ଜଳପ୍ରପାତ ଆଠଗଡ ସବଡିଭିଜନର ଦେଓଝର ଜଳପ୍ରପାତ ରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି,ଚଳିତ ବର୍ଷ ଶୀତ ର୍ ପ୍ରକୋପ ଆରମ୍ଭ ହୋଇଯାଇଥିବା ବେଳେ ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ନଜର ଆଢୁଆଳରେ ରହିଯାଇଛି ଏହି ପର୍ଯ୍ୟଟନ କେନ୍ଦ୍ର,ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିବା ଯୋଗୁ ପରିବେଶ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି,ଇଆଡ଼େ ସିଆଡେ ଆବର୍ଜନା ସବୁ ପଡିରହିଛି,ପରିଷ୍କାର ପରିଛନ ହେଉନାହିଁ ଏହି ପର୍ଯ୍ୟଟନ କେନ୍ଦ୍ର,ନରସିଂପୁର ରେ ପର୍ଯ୍ୟଟନ କେନ୍ଦ୍ର ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ତାହା କେବଳ କାଗଜ କଲମରେ ସୀମିତ ରହିଛି,ଜିଲା ପ୍ରଶାସନ ହେଉ କିମ୍ବା ଉପଖଣ୍ଡ ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନ କାହାର ବି ନଜର ଅନ୍ଦାଜ ନାହିଁ ଏହି ପର୍ଯ୍ୟଟନ କ୍ଷେତ୍ର ଉପରେ,ରାଜ୍ୟ ସରକାର ତୁରନ୍ତ ଏହି ପର୍ଯ୍ୟଟନ କେନ୍ଦ୍ର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ଗଡଜାତ ପରିକ୍ରମା ତରଫରୁ ଦାବି କରାଯାଉଛି

କେତେ ସୁରକ୍ଷିତ ଏ ମିଠା ଆଉ ଜଳଖିଆ,ଆଠଗଡ ରୁ ନରସିଂପୁର ଯିବା ରାସ୍ତାରେ ଚମ୍ପେଶ୍ୱର ରାସ୍ତା କଡରେ ଏହି ସବୁ ମିଠା ଦୋକାନୀ ପସରା ମେଲାଇଛନ୍ତି,ରାସ୍ତାରେ ଧୂଳି ଧୂସର,ଧୂଆଁ ସବୁ ଏହି ମିଠା ଓ ଜଳଖିଆରେ ପ୍ରବେଶ କରୁଛି,ଲୋକେ ଖାଉଛନ୍ତି,ବନ୍ଧୁ ବାନ୍ଧବ ଘରକୁ ମଧ୍ୟ ନେଉଛନ୍ତି, ହେଲେ କେହି ବି ଦୋକାନୀ ଜରି ଘୋଡାଉ ନାହାନ୍ତି,ରାସ୍ତାରେ ପ୍ରଶାସନ,ପୋଲିସ ସମସ୍ତେ ଯାଉଛନ୍ତି ହେଲେ କାହାର ନଜର ପଡୁନାହିଁ ଏହି ଖାଦ୍ୟ ଉପରେ, ପ୍ରକୃତରେ ଏହା ଖାଦ୍ୟ କି ଅଖାଦ୍ୟ ତାକୁ ଦେଖିବାକୁ ନରସିଂପୁର ଅଂଚଳରେ ପ୍ରଶାସନ,ପୋଲିସ, କିମ୍ବା ଯୋଗାଣ ବିଭାଗ କିମ୍ବା ସପ୍ଲାୟ ଇନ୍ସପେକ୍ଟର ଥିଲା ପରି ମନେ ହେଉନାହିଁ, ଯଦି କିଛି ଅଘଟଣ ଘଟିବ ତା ପରେ ପ୍ରଶାସନ ର୍ ନିଦ ଭାଙ୍ଗିବ।

Leave a comment

Your email address will not be published. Required fields are marked *