#Breaking News

ଜଙ୍ଗଲ ବିଭାଗ ଉନ୍ନୟନମୂଳକ କାର୍ଯ୍ୟଦେଖିବାକୁ ଆରସିସିଏଫ ଙ୍କ ୪ ଦିନିଆ ବୌଦ୍ଧ ଓ କନ୍ଧମାଳ ଗସ୍ତ


ଫୁଲ ବାଣୀ- (ସୁନୀଲ ପଟନାୟକ) ବନ ବିଭାଗ ଦ୍ଵାରା କରାଯାଉଥିବା ବୃକ୍ଷ ରୋପଣ, ଜଙ୍ଗଲ ସୁରକ୍ଷା, ଆଦି ବିଭିନ୍ନ କାର୍ଯ୍ୟକ୍ରମମାନ
ବୌଦ୍ଧ ଓ ଫୁଲ ବାଣୀ ଜଙ୍ଗଲ ବିଭାଗ ଡିଭିଜନ ରେ କିଭଳି କରାଯାଇଛି ସେ ସଂପର୍କରେ ଅନୁଧ୍ୟାନ କରିବା ସହ କାର୍ଯ୍ୟକମର ସମୀକ୍ଷା କରିବା ଲାଗି ବ୍ରହ୍ମପୁର ସ୍ଥିତ ରେ ଜିଓନାଲ ଚିଫ କନଜରଭେଟର ଅଫ ଫରେଷ୍ଟ (ଆରସିସିଏଫ) ପ୍ରଶାନ୍ତ କୁମାର ମିଶ୍ର (ଆଇଏଫଏସ)୪ ଦିନିଆ ଗସ୍ତରେ ଆସି ମଙ୍ଗଳବାର ଫୁଲବାଣୀ ଦେଇ ବୌଦ୍ଧ ଗ୍ରସ୍ତ କରିଛନ୍ତି ।ଯିବା ବାଟରେ ଫୁଲ ବାଣୀଠାରେ ଫୁଲବାଣୀ ଓ ବୌଦ୍ଧ ଡିଏଫଓଙ୍କ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଆଲୋଚନା କରିଥିଲେ । ମାଧପୁର ଓ ପୁରୁଣକଟକ. ବନବିଭାଗ ରେ ଜଂ ଅଧିନକେତେକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଦେଖି ଥିଲେ । ସେହିପରି ଆସନ୍ତାକାଲି ଗୁରୁବାର ଚାରି ଛକ ଠାରେ ଥିବା କାଠ ଡିପୋ ଦେଖିବା ସହ ଡ଼ିଏମଙ୍କ ସହ ଆଲୋଚନା କରିବେ ଓ କେନ୍ଦୁପତ୍ର ବିକ୍ରି ନେଇ ମଧ୍ୟ ଆଲୋଚନା କରିବେ ।
ଗୁରୁବାର ଚାରି ଛକରୁ ଫୁଲ ବାଣୀ ଫେରିବା ବାଟରେ ସୁଡ୍ରୁ ଗୁମ୍ଫା ଓ ଫୁଲବାଣୀ ରେ ଜଂ ଅଧୀନରେ ଚାଲିଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବୁଲି ଦେଖିବା ସହ ଲୋକଙ୍କ ସହ ଆଲୋଚନା କରିବେ । ଗୁରୁ ବାର ଫୁଲବାଣୀଠାରେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ରାତ୍ରୀଯାପନ କରିବେ । ଶୁକ୍ରବାର ଫିରିଙ୍ଗିଆ, ଟିକା ବାଲି, ଜିଉଦୟଗିରି ରେ ଜଂଅଧିନରେ କରାଯାଇଥିବା ନର୍ସରୀ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଦେଖିବା ସହ ଆଲୋଚନା କରି ବୋ ସେହିପରି ଜିଉଦୟଗିରି ରେ ଜଂଅଧିନରେ ଏବେ ଆଇନ ଭାବେ ବ୍ୟାପକ ଗଛ କଟା ହେଉଥିବାବେଳେ, ରେ ଜଂର ଓଫରେଷ୍ଟରଙ୍କ ଅବହେଳା ଓ ଦାୟୀତ୍ଵ ହୀନତା ଯୋଗୁ କଳିଙ୍ଗା ଘାଟିରେ ଚଳିତବର୍ଷ ଏକର ଏକର ଜଙ୍ଗଲ ପୋଡି ପାଉଁଶ ହୋଇଯାଇଥିଲା। ସେହିପରି ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେଉଥିଲେ ମଧ୍ୟ ହାତୀ ପଲ ଘଉଡାଇବାରେ ବିଫଳ ନେଇ ଅଭିଯୋଗ ହୋଇଥିଲା।ସେ ନେଇ ମଧ୍ୟ ତଦନ୍ତ କରିପାରନ୍ତି ଆରସିସିଏଫ ଶ୍ରୀ ମିଶ୍ର।

Leave a comment

Your email address will not be published. Required fields are marked *