#Exclusive

କାହା ଭରସାରେ ରୋଗୀଙ୍କ ଜୀବନ ; ନିଶାସକ୍ତ ଆମ୍ବୁଲାନ୍ସ ଚାଳକ ଗୁରୁତର

ପାଟଣା : ରୋଗୀଙ୍କୁ ନେବା ଆଣିବା କରୁଥିବା ଖୋଦ୍ ଆମ୍ବୁଲାନ୍ସ ଚାଳକର ହୋସ ରହୁନି। ଅତ୍ୟାଧିକ ନିଶା ସେବନ ଯୋଗୁଁ ଗୁରୁତର ଅବସ୍ଥାରେ ଜଣେ ଆମ୍ବୁଲାନ୍ସ ଚାଳକ ଡାକ୍ତଖାନାରେ ଭର୍ତ୍ତି ହୋଇଛନ୍ତି। ଏଭଳି ଏକ ଦୁର୍ଭାଗ୍ୟଜନକ ରାଜ୍ୟରେ ଘଟିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, କଟକ ରୁ ଗତରାତି ତୁରୁମୁଙ୍ଗା ଥାନା ଅଞ୍ଚଳ କୁ ରୋଗୀ ନେଇ ଫେରିଥିବା ଜଣେ ଆମ୍ବୁଲାନ୍ସ ଚାଳକ ନିଶାଗ୍ରସ୍ତ ଅବସ୍ଥାରେ ତୁରୁମୁଙ୍ଗା ରେ ନିଜ ଆମ୍ବୁଲାନ୍ସ ରେ ଗୁରୁତର ହୋଇ ପଡ଼ିଥିଲେ।ଗୁରୁତର ଥିବା ଆମ୍ବୁଲାନ୍ସ ଚାଳକ କେନ୍ଦ୍ରାପଡ଼ା ଜିଲ୍ଲା ମଙ୍ଗରାଜପୁର ର ବିଜୟ କୁମାର ରାଉତ(୨୬) ବୋଲି ଜଣାପଡିଛି। ଖବର ପାଇ ତୁରୁମୁଙ୍ଗା ପୁଲିସ ଏହି ନିଶାଗ୍ରସ୍ତ ଚାଳକକୁ ସ୍ଥାନୀୟ ଡାକ୍ତରଖାନା ରେ ଚିକିତ୍ସା କରାଇଛି। ଏହି ମାରୁତି ଓମିନି ଆମ୍ବୁଲାନ୍ସ ଟି ଗତରାତି ରୋଗୀ ନେଇ ଆସିଥିବା ଜଣାପଡିଛି। ଗୁରୁତର ଚାଳକ ଜଣଙ୍କ ନିଶାଗ୍ରସ୍ତ ଅବସ୍ଥାରେ କାହା ସହ କଳି ଝଗଡ଼ା କରି ପ୍ରବଳ ମାଡ଼ ଖାଇଥିବା ଚିକିତ୍ସା ସମୟରେ ଜଣାପଡିଛି। ଆଜି ସନ୍ଧ୍ୟାରେ ନିଶା କମିବା ପରେ ସେ କଟକ ଫେରିଯାଇଛନ୍ତି।

Leave a comment

Your email address will not be published. Required fields are marked *