#Breaking News

କନ୍ଧମାଳରେ ପହିଲି ଶୀତ


ଫୁଲବାଣୀ-(ସୁନୀଲ ପଟ୍ଟନାୟକ)
ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଗତ ଦୁଇଦିନ ହେଲା ହାଲକା ଶୀତ ଅନୁଭୁତ ହେଉଛି । ଯାହାକି ପହଲି ସ୍ପର୍ଶର ଅନୁଭୁତ ବୋଲି କୁହାଯାଇପାରେ ।
ବର୍ଷା ଛାଡି ଯିବା ପରେ ଫୁଲ ବାଣୀ ସମେତ ଅନେକ ସ୍ଥାନରେ କୁହୁଡି ମଧ୍ୟ ପଡିବା ଆରମ୍ଭ ହୋଇଛି । ଥଣ୍ଡାର ମଜା ନେବା ପାଇଁ ସକାଳୁ ସକାଳୁ ସହରର ରାସ୍ତାରେ ମଣିଙ୍ଗୱ। କ କରିବାପାଇଁ ସହର ବାସୀଙ୍କପ୍ରବଳଭୀଡ଼ ମଧ୍ଯ ଜମୁଥିବା ଦେଖିବାକୁ ମିଳୁଛି।ସେହିପରି ବଡି ଫିଟ ରଖିବା ପାଇଁ ପଡିଆରେ ବ୍ୟାୟାମ କରିବାଦେଖିବାକୁ ମିଳୁଛି l
ଏପଟେ ରାଜ୍ୟରୁ ଚଳିତ ଦକ୍ଷିଣ ପଶ୍ଚିମ ମୌସୁନୀ ବାୟୁ ବିଦାୟ ନେଉଥିବାବେଳେ ୨୫ପରଠାରୁ ଶୀତ ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ କହିଛି।
ଶୀତ ଆସିଲେ ଜିଲ୍ଲାକୁ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକମାନଙ୍କ ଭିଡ ଜମିବ।
ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଥିବାସମସ୍ତ ପର୍ଯ୍ୟଟନସ୍ଥଳୀ ଗୁଡିକର ରକ୍ଷଣାବେକ୍ଷଣ କରିବା ଜରୁରୀ।

Leave a comment

Your email address will not be published. Required fields are marked *