#Breaking News #District

ମହିଳା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଙ୍କୁ ବଟି ମାଗି
ହରଡ଼ଘଣା ରେ ଦୁଇ ସାମ୍ବାଦିକ,ମାମଲା ରୁଜୁ


ଫୁଲବାଣୀ ( ଉଲ୍ଲାପ୍ର )
ଜଣେ କାର୍ଯ୍ୟରତ ମହିଳା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଣି ଙ୍କୁ ମୋଟା ଅଙ୍କର ବଟି ମାଗିବା ସହ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ଓ ଶେଷରେ ହତ୍ୟା ଧମକ ଦେଈ ହରଡ଼ ଘଣା ରେ ପଡିଛନ୍ତି ବାଲିଗୁଡା ଅଂଚଳ ର ନାମିଦାମୀ ବୋଲାଉଥିବା ଦୁଇ ସାମ୍ବାଦିକ l
ମହିଳା ପଈଓ ଜଣକ ଶେଷରେ ବାଧ୍ୟ ହୋଇ ଥାନାରେ ଏତେଲା ଦେଇଛନ୍ତି l
ଏଭଳି ଅଭିଯୋଗ ଆସିଛି କୋଟଗଡ଼ ଅଂଚଳ ରୁ lଏ ଦୁଇ ସାମ୍ବାଦିକ ହେଉଛନ୍ତିକୋଟଗଡ଼ ଅଂଚଳ ର ଓଡ଼ିଆ ଦୈନିକ ଖବର କାଗଜ ର ସରୋଜ ବଳିୟାରସିଂ ଓ ରାଜ୍ୟ ର ଏକ ନମ୍ବର ବୋଲାଉଥିବା ଘରୋଇ ଟିଭି ଚାନେଲ ସାମ୍ବାଦିକ ଦାରିଙ୍ଗ ବାଡି ଅଂଚଳ ର ଅଜିତ ନା ୟକ l
ଏମାନଙ୍କ ନାମରେ କୋଟଗଡ଼ ପୋଲିସ294/341/354-A,354 -B,384,506,507/ଓ 34 ଧାରା ରେ ମାମଲା ରୁଜୁ କରିଥିବା କୋଟଗଡ଼ ଥାନା ଅଧିକାରୀ ଓମ ନାରାୟଣ ପାତ୍ର କହିଛନ୍ତି l
କନ୍ଧ ମାଳ ଜିଲାର କୋଟଗଡ଼ ଭଳି ଏକ ମାଓ ପ୍ରବଣ ବ୍ଲକ ର ଯୁବlଗୁ ଡା ଭଳି ଦୁର୍ଗମ ପଂଚାୟତ ରେ ମହିଳା ହୋଇ ନିର୍ଭିକ ଭାବେ ସଚୋଟତlର ସହ କାର୍ଯ୍ୟ କରି ଆସୁଥିବା ଜଣେ ମହିଳପିଈଓ ଙ୍କୁ ଗଣ ମାଧ୍ୟମ ପ୍ରତିନିଧି ହୋଇ ଏଭଳି ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ସହ ଅର୍ଥ ଦାବୀ କରି ଉଦେଶ୍ୟ ମୂଳକ ଭାବେ ହଇରାଣ କରିବା ଆଦୌ ଶୋଭନୀୟ ନୁହେଁ, ଏହାର ନିରପେକ୍ଷ ତଦନ୍ତ କରି ପ୍ରକୃତ ଦୋଷୀ ଙ୍କ ବିରୋଧରେ ଅତି ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପିଇ ଓ ସଙ୍ଘ ସଭାପତି ପଦ୍ମ ଚରଣ ମହାନ୍ତି ଦାବିକରିଛନ୍ତି l
ଅଭିଯୋଗ ରୁ ଜଣା ପଡିଛିଯେ, କୋଟଗଡ଼ ବ୍ଲକ ଯୁବା ଗୁଡା ପଂଚାୟତ ର କାର୍ଯ୍ୟ ରତ ପିଇଓ ଲିଙ୍କିଲ ଡିଗାଲ ଙ୍କୁ ଏ ଦୁଇ ଗଣ ମାଧ୍ୟମ ପ୍ରତିନିଧି ଗଲା ୫ / ୬ ମାସ ହେଲା ବିଭିନ୍ନ ସମୟରେ ମାନସିକ ନିର୍ଯ୍ୟା ତନା ଦେଈ ଆସୁଥିବା ଲିଙ୍କିଲ ଅଭିଯୋଗ କରିଛନ୍ତି lକେବଳ ସେତିକି ନୁହେଁ ବିଭିନ୍ନ ସମୟରେ ତାଙ୍କୁ ଟଣା ଓଟରା କରିବା,ଅଶ୍ଳୀଳ ଇଙ୍ଗିତ କରିବା ସହ ଗାଳିଗୁଲଜ କରିବା ନେଇ ଅହୁରୀଆଭିଯୋଗ ଆଣିଛନ୍ତି ପଈଓ ଲିଂକିଲ ଡିଗାଲ l
ସେହିପରି ଲିଂକିଲ ଙ୍କୁ ୭ ଲକ୍ଷ ଟଙ୍କା ଦେବାଲାଗି ସାମ୍ବାଦିକ ଦ୍ବୟ ଦାବିକରିବା ସହ ନଦେଲେ ହତ୍ୟା କରିବେ ବୋଲି କୁଆଡେ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଲିଂକିଲ l ବାରମ୍ବାର ଧମକଦେବାରୁ ସେ ଭୟରେ ଅଶି ହଜାର ଟଙ୍କା ଦେଇଥିବା ସେ କହିଛନ୍ତି l
ତେବେ, ଲିଂକିଲ ଙ୍କ ଅଭିଯୋଗ ଯଦି ସତ୍ୟ ତେବେ ସାଙ୍ଘାତିକ ନିଶ୍ଚୟ l
ଏଣୁ, ଏହାର ଏକ ନିରପେକ୍ଷ ତଦନ୍ତ ର ଅବଶ୍ୟକତାରହିଛି l ଏ ନେଇ ଅଭିଯୁକ୍ତ ସାମ୍ବାଦିକ ଙ୍କ ମତାମତ ମିଳିପାରିନାହିଁ l

Leave a comment

Your email address will not be published. Required fields are marked *