#Breaking News

କଲିଙ୍ଗୀ -ତାଯୁଙ୍ଗିଆ ରାସ୍ତା ସରିବାର ମାସକେଇଟାରେ ରାସ୍ତାଦବିଲାଣି, ନିମ୍ନ ମାନର କାର୍ଯ୍ୟ ଅଭିଯୋଗ

ଫୁଲବାଣୀ (ସୁନୀଲ ପଟନାୟକ )
କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ସରିଲାl ଲୋକେଏବେ ଟିକିଏ ଆରାମ ରେ ଯା ଆସ କରିବେ ବୋଲି ଭାବିଥିଲେ ହେଲେ ରାସ୍ତା ନିର୍ମାଣ ର ମାସ କେଇଟା ହେଇଚି କି ନାହିଁ ଚଳିତ ଲଗାଣ ବର୍ଷl ରେ ରାସ୍ତା ଦବିବା ସହ ପିଚୁ ବି ଠାଏ ଠାଏ ଉଠିଗଲାଣି l
ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଂଚଳ ବାସି ଅଭିଯୋଗ କରିଛନ୍ତି l ଗୁଡ଼ି ଉଠିଯିବା ଫଳରେ ବାୟୁ ପ୍ରଦୂଷଣ ବି ହେଉଛି l
ସୂଚନା ଯୋଗ୍ୟ ଯେ, ପ୍ରାୟ ୨କୋଟି ପାଞ୍ଚ ଲକ୍ଷ ୫ ୮ ହଜାର ଟଙ୍କା ବ୍ୟୟରେ ଦାରିଂବାଡ଼ି ପି ଡବ୍ଲୁଡ଼ି ରାସ୍ତା ରୂ ମହାଗୁଡି କଲିଙ୍ଗୀ ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରେଚାରି କିମି ତିନିଶହପଚାଶ ମିଟର ରାସ୍ତା ନିର୍ମାଣ ହୋଇଥିଲା l
ତେଵେ ଠିକାଦାର ଓଯନ୍ତ୍ରୀ ମିଶି କୁଆଡେ ନିମ୍ନ ମାନର କାର୍ଯ୍ୟକରି ସିଂହ ଭାଗ ଅର୍ଥ ହେରେଫେରେକରିଥିବା ଫଳରେ ରାସ୍ତା ସରିବାର ମାସ କେଇଟା ବି ଗଲାନି ରାସ୍ତାର ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି l
ସମ୍ପୃକ୍ତ ଅଂଚଳ ମାଓ ଇଲାକା ହୋଇଥିବାରୁ ବରିଷ୍ଠ ଯନ୍ତ୍ରୀଙ୍କ ଏତେଟା ନଜର ନପଡିବା ଫଳରେ ଠିକଦା ର ଜଣଙ୍କ ବେଶ ନିଜ ମନ ଇଚ୍ଛାରେ ଏସବୁ କାର୍ଯ୍ୟ କରିଥଲେ l
ଫଳ ରେ କୋଟି କୋଟି ଟଙ୍କା ମୂଲ୍ୟର ରାସ୍ତl ଦାବୀ ନଷ୍ଟ ହେବାକୁ ବସିଲାଣି l
ଏ ନେଇ ଦାୟିତ୍ୱରେ ଥିବା ଯନ୍ତ୍ରୀ ଙ୍କୁ ମତାମତ ପାଈଁ ଯୋଗlଯୋଗକରାଯାଇଥିଲେ ବି ସମ୍ବବ ହୋଇପାରିନାହିଁ l
ଜିଲ୍ଲାପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ଦାବୀ ହେଉଛି l

Leave a comment

Your email address will not be published. Required fields are marked *