#Breaking News #Uncategorized

ବର୍ଷ ପରେ ବର୍ଷ ବିତିଲାଣି, ଶ୍ରୀରାମପୁର-ପାଡୁ ଗୁଡ଼ା ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନା ରାସ୍ତାକାମ ସରୁ ନି


ଫୁଲବାଣୀ-( ସୁନୀଲ ପଟନାୟକ)
ସରକାର ଗ୍ରାମ ।ଞ୍ଚଳର ଲୋକମାନଙ୍କ ଗମନାଗମନର ସୁବିଧା ପାଇଁ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସ୍ଥାୟି ପିଚୁ ରାସ୍ତା ମାନ ନିର୍ମାଣ କରୁଛନ୍ତି । ହେଲେ ଏ ସବୁ ରାସ୍ତା କେଉଁଠି ଆରମ୍ଭ ହୋଇ ନି ତ ଆଉ କେଉଁଠି ଅଧାପନୁରିଆ ଅବସ୍ଥାରେ ପଡିଛି ବର୍ଷ ବର୍ଷ ଧରି । . ଲୋକେ ସୁବିଧାରେ ଯା’ଆସ କରିବା ପାଇଁ ରାସ୍ତା ହେଉଛି ହେଲେ ରାସ୍ତାକାମ ଅଧାପନୁରିଆ ଅବସ୍ଥାରେ ପଡି ରହିବା ଫଳରେ ଅଧିକା କଷ୍ଟ ଭୋଗୁଛନ୍ତି ।
ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା କୋଟଗଡବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଅଞ୍ଚଳରୁ ।
ସୂଚନାଯୋଗ୍ୟଯେ, ଲୋକଙ୍କ ଦାବୀ ଫଳରେ ସରକାର କୋଟଗଡ଼ ବ୍ଳକର ଶ୍ରୀର ।ମପୁର କ6ଲ।ନୀ ସାହୀ ରୁ ପାଡ଼ୁ ଗୁଡ଼ା ଯାଏ ପ୍ରାୟ ୩ କିମି ରାସ୍ତା କାର୍ଯ୍ୟକୁ ୨କୋଟିରୁ ଉର୍ଦ୍ଧ୍ଵ ଟଙ୍କା ବାୟରେ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନା ରେ ସାମିଲ କରାଯାଇଥିଲା। ଗତ ୨୦୧୭- ୧୮ ମସିହାରୁ ଏହି ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ଏକ ବର୍ଷ ମଧ୍ୟରେ ସରିବା କଥା ହେଲେ କାମ ଆଧାରେ ଛାଡି ଠିକାଦାର ଜଣକ ଛୁ ମାରି ଦେଇଛି ଯେ ଆଉ ଦେଖାନାହିଁ। ଏନବିସିସି ଏହାର ନିର୍ମାଣ କାର୍ଯ୍ୟ ହାତକୁ ନେଇଥିବା ଜଣା ପଡିଛି। ଏହି ରାସ୍ତା ନିର୍ମାଣ ହେଲେ ମେରା ଗୁଡି,ପାଡୁଗୁଡ଼ା, ମହୁଲ ଭଜା, କୁଚା ଗୁଡ଼ି, ଡଙ୍ଗା ବା ଦେରି ଆଦି ୫ ଖଣ୍ଡ ଗ୍ରାମର ୫ଶହରୁ ଉର୍ଦ୍ଧ୍ଵ ଲୋକ ଉପକୃତ ହେବେ ।
ହେଲେ,ରାସ୍ତାକାମ ଅଧାରେ ପଡିଥିବାରୁ ଲୋକେ ଯିବାଆସିବା ବେଳେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ରାସ୍ତାକାମ ସରି ନି କି ଘାଟି କଟିଙ୍ଗ ମଧ୍ୟ ଆରମ୍ଭ ହୋଇନି। ଅଭିଯୋଗ କଲେ ପ୍ରଶାସନ ଶୁଣିବାକୁ ନାହିଁ।
ଥରେ କି ଦି ଥର ନୁହେଁ ଅନେକ ଥର ଗ୍ରାମ ବାସୀ ଜିଲ୍ଲା ପାଳ, ଗ୍ରାମ୍ୟ ନିର୍ମାଣ ଡିଭିଜନର ନିବାହି ଯନ୍ତ୍ରୀ ପ୍ରମୁଖଙ୍କୁ ଭେଟି ଜଣାଇଥିଲେ ମଧ୍ୟ ଫଳ ଶୁନ ।
ତୁରନ୍ତ ରାସ୍ତା କାର୍ଯ୍ୟ ନ କରାଗଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ଧମକ ଦେଇଛନ୍ତି ।
ଏନେଇ ବାଲିଗୁଡ଼ା ସ୍ଥିତ ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂସୁବ୍ରମନ୍ୟୁମ ଙ୍କୁ ପଚାରିବାରେ ସେ କିଛି ରାସ୍ତା କାର୍ଯ୍ୟ ଏନବିସିସି ନାମକ ଏକ ଙ୍କ ପାନୀକୁ ଦୀୟୀତ୍ଵ ଓ ଅର୍ଥ ଦିଆଯାଇଛି ସେମାନେ ବୋଧହୁଏ ଏହି ରାସ୍ତାକାମ କରୁଥିବେ ତଦନ୍ତ କଲେ କଣ ସମସ୍ୟା ରହିଛି ଜଣା ପଡିବ ବୋଲି କହିବା ସହ ରାସ୍ତା କାର୍ଯ୍ୟ ଯେପରି ଶିଘ୍ରସରିବ ସେ ନେଇ ସେ ଦୃଷ୍ଟି ଦେବେ ବୋଲି କହିଛନ୍ତି ।
ସେ ଯାହା ହେଲେ ବି ସରକାର ଏଥି ପ୍ରତି ଦୃଷ୍ଟିଦେବା ଜରୁରୀ।

Udayalabanya weekly pepar

Leave a comment

Your email address will not be published. Required fields are marked *