#Breaking News

ଶାନ୍ତି ତପୋବନ ଆଶ୍ରମ ସ୍ଥିତ ବାନପ୍ରସ୍ଥ ର ଅନ୍ତେବାସୀ ଙ୍କୁ ସମର୍ଦ୍ଧନା


ବରଗଡ଼:(ଉଲାପ୍ର)ଆଜି ଶାନ୍ତି ତପୋବନ ଆଶ୍ରମ ଠାରେ ଏକ ସମର୍ଦ୍ଧନା ସଭାର ଆୟୋଜନ କରାଯାଇ ବାନପ୍ରସ୍ଥ ର ଶ୍ରୀମତୀ ସୁମିତ୍ରା ଶତପଥି,ଯଜ୍ଞସେନୀ ପ୍ରଧାନ,ଶ୍ରୀ ହିମାଂଶୁ ଶତପଥି ଓ ରାଜକୁମାର ଗୁପ୍ତା ଙ୍କୁ ଶରୀର ଦାନ କରିଥିବାରୁ ତାଙ୍କୁ ଅଙ୍ଗବସ୍ତ୍ର, ଫୁଲଚାରା ଓ ଚପଲ ଦେଇ ସମର୍ଦ୍ଧନା କରାଯାଇଥିଲା l
ଏହି କାର୍ଯ୍ୟକ୍ରମ କୁ ବରଗଡ଼ ମହିଳା ମାରଓ୍ବାଡ଼ି ସମ୍ମେଳନ ଓ ଶାନ୍ତି ତପୋବନ ଆଶ୍ରମ ର ମିଳିତରେ ଆୟୋଜିତ ସମର୍ଦ୍ଧନା ସଭାରେ ଅଞ୍ଜୁ ଅଗ୍ରୱାଲ ଓ ସାଥି, ନରେନ୍ଦ୍ର ହୋତା, ପୂର୍ଣ୍ଣ ଚନ୍ଦ୍ର ଆଚାର୍ଯ୍ୟ,ଦେବଦତ୍ତ ତ୍ରିପାଠୀ ଓ ଲବଙ୍ଗ ସାହୁ ଶରୀର ଦାନ ମହତ କାର୍ଯ୍ୟ ସମନ୍ଦରେ ବକ୍ତବ୍ୟ ରଖିଥିଲେ l
ଶରୀର ଦାନ ଦେଇଥିବା ସୁମିତ୍ରା ଶତପଥି ଓ ଯାଜ୍ଞସେନୀ ପ୍ରଧାନ ତାଙ୍କ ସମର୍ଦ୍ଧନା ଗ୍ରହଣ ବକ୍ତବ୍ୟ ରେ କହିଥିଲେ ଯେ ଶରୀର ଦାନ ଦେଇଥିବାରୁ ଗର୍ବିତ, ଏହି ବୟସରେ ଏହି ପରିବେଶରେ ସମାଜ କୁ କଣ ଦେଇପାରିବୁ, ଆମର କଣ ଅଛି ଯାହାଅଛି ତାହାଏହି ଶରୀର l ଶରୀର ଦାନ ଦେର ଆମେ ଆଜି ବହୁତ ଆନନ୍ଦ ଅନୁଭବ କରୁଛୁ ।

Leave a comment

Your email address will not be published. Required fields are marked *