#Breaking News

ଫାଇଲେରିଆ ନିରାକରଣ ପାଇଁ ଢେଙ୍କାନାଳ ସହରରେ ଗଡିଲା ସଚେତନତା ରଥ


ଢେ଼ଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଫାଇଲେରିଆ ନିରାକରଣ ପାଇଁ ଏକ ସଚେତନତା ରଥ ସହର ପରିକ୍ରମା କରିଥିଲା। ଡିଇସି ବଟିକା ସହିତ ଅଲବେଡାଜେଲ ବଟିକା ମିଶାଇ କରି ସମସ୍ତେ ନିଶ୍ଚିତ ସେବନ କରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ କରାଯାଇଥିଲା।ଗର୍ଭବତୀ ମହିଳା , ଦୁଇ ବର୍ଷରୁ କାମ ବୟସର ଶିଶୁ ଓ ଦୀର୍ଘଦିନ ଧରି ଅସୁସ୍ଥ ଥିବା ବ୍ୟକ୍ତି ଏହି ବଟିକା ଖାଇପାରିବେ ନାହିଁ।ଆଶାକର୍ମୀ ଓ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀ ମାନେ ଘରକୁ ଘର ବୁଲି ପରିବାର ସଦସ୍ୟଙ୍କୁ ଏହି ଔଷଧ ଖାଇବା ପାଇଁ କହିଥିଲେ । ଏହି ଔଷଧ ସରକାରଙ୍କ ତରଫରୁ ସଂପୂର୍ଣ୍ଣ ମାଗଣାରେ ଦିଆଯାଉଛି। ପୌର ନିବାହୀ ଅଧିକାରୀ ଅତନୁ କୁମାର ସାମନ୍ତଙ୍କ ତତ୍ବାବିଧାନରେ ଫାଇଲେରିଆ ନିରାକରଣ ଅଭିଯାନ ଫେବ୍ରୁଆରୀ ୧୦ ରୁ ୧୯ ଯାଏଁ ଚାଲିବ।

Leave a comment

Your email address will not be published. Required fields are marked *