#Breaking News

ଷଷ୍ଠ ବଳରାମ ଦେଓ କ୍ରିକେଟ ପ୍ରତିଯୋଗିତା। ସମ୍ବଲପୁର ଜେ. ସି.ସି. କୁ ହରାଇ ଝାରସୁଗୁଡ଼ା ପ୍ରୋଗ୍ରେସିଭ ଦଳ ଚାମ୍ପିଅନ।


ବରଗଡ:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ନୂଆଗଡ ଲକ୍ଷ୍ମୀ ନାରାୟଣ ହାଇସ୍କୁଲ ପଡିଆ ରେ ଚାଲିଥିବା ଆନ୍ତଃ ରାଜ୍ୟ ଷଷ୍ଠ ବଳରାମ ଦେଓ କ୍ରିକେଟ ପ୍ରତିଯୋଗିତା ରେ ଆଜି ଅନୁଷ୍ଠିତ ଫାଇନାଲ ଖେଳରେ ସମ୍ବଲପୁର ଜେ.ସି.ସି. କୁ ହରାଇ ଝାରସୁଗୁଡ଼ା ପ୍ରୋଗ୍ରେସିଭ ଦଳ ଚାମ୍ପିଅନ ହୋଇଛି।ଆଜି ସମ୍ବଲପୁର ଜେ.ସି.ସି ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା। ହେଲେ ଦଳ ଝାରସୁଗୁଡ଼ା ଦଳ ର ମାପଚୁକ ବୋଲିଂ ଯୋଗୁଁ ଦଳ ୨୩.୪ ଓଭର ରେ ମାତ୍ର ୧୦୧ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା। ସମ୍ବଲପୁର ପକ୍ଷରୁ ଅଭିଳାଷ ୨୪ ରନ , ଅଜିତ ହୋତା ୧୯ ରନ କରିଥିଲେ। ଝାରସୁଗୁଡ଼ା ଦଳ ପାଇଁ ତାରିଣୀ ସା ଓ କ୍ରିଷ୍ଣା ପଳେଇ ୩ ୱିକେଟ ଲେଖାଏଁ ନେଇଥିଲେ। ଜବାବରେ ଝାରସୁଗୁଡ଼ା ଦଳ ମାତ୍ର ୧୭.୪ ଓଭର ରେ ସନ୍ତୋଷ କୁମାର ଙ୍କ ୩୭ ରନ ଓ ପୁଷ୍କର ରାଜ ଙ୍କ ୧୬ ରନ ଫଳରେ ମ୍ୟାଚ୍ କୁ ୬ ୱିକେଟ ରେ ଜିତି ନେଇ ଷଷ୍ଠ ବଳରାମ ଦେଓ କ୍ରିକେଟ ପ୍ରତିଯୋଗିତା ର ଚଳିତ ବର୍ଷ ପାଇଁ ଚମ୍ପିୟାନ ହୋଇଥିଲା। ଆଜିର ଖେଳ କୁ ଗୁରୁଦିପ ସିଂ ଓ ଶୁଭମ୍ ପାତ୍ର ପରିଚାଳନା କରିଥିବା ବେଳେ ସ୍କୋରର ଥିଲେ ଅଶୋକ ସାହୁ। ଖେଳ ର ବିବରଣୀ ପ୍ରଦାନ କରିଥିଲେ ଅଶୋକ ବଘେଲ ଓ ନକୁଲ ନାୟକ।
ଆଜି ଖେଳ ଆରମ୍ଭ ରେ ମୁଖ୍ୟ ଅତିଥି ବିଜେପୁର ବିଧାୟିକା ରୀତା ସାହୁ ଉଭୟ ଦଳ ର ଖେଳାଳୀ ମାନଙ୍କ ସହ ମିଳିତ ହୋଇ ଆଜିର ଫାଇନାଲ ଖେଳ କୁ ଉଦ୍ଘାଟନ କରିଥିଲେ। ନୁଆଁଗଡ ଆଥଲେଟିକ ଆସୋସିଏସନ୍ ର ସଭାପତି ସତ୍ୟରାମ ଖମାରୀ ଙ୍କ ସଭାପତିତ୍ବ ଓ ବରିଷ୍ଠ କ୍ରୀଡା ଶିକ୍ଷକ ମନସୀ ପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବ ରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ର ସଭାପତି ହରିହର ପ୍ରଧାନ,ସମ୍ପାଦକ ରବି ପଣ୍ଡା, ଉପ ସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର,ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା, ସରପଞ୍ଚ ସୁଜାତା ପାଣ୍ଡେ, ସମାଜସେବୀ ସତ୍ୟ ନାରାୟଣ ପ୍ରଧାନ, ବିଜେଡି ବ୍ଲକ୍ ସଭାପତି ଗୋବିନ୍ଦ ପ୍ରଧାନ, ଯୁବ ବିଜେଡ଼ି ଜିଲ୍ଲା ସମ୍ପାଦକ ଦୁର୍ବାସା ପ୍ରଧାନ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବିଜୟୀ ଓ ଉପ ବିଜେତା ଦଳ ତଥା ଖେଳାଳୀ ମାନଙ୍କୁ ପୁରସ୍କୃତ କରିଥିଲେ। ବିଜୟୀ ଝାରସୁଗୁଡ଼ା ଦଳ କୁ ଟ୍ରଫି ସହ ନଗଦ ୨୫୦୦୦ ଟଙ୍କା ଓ ଉପ ବିଜେତା ସମ୍ବଲପୁର ଦଳ କୁ ନଗଦ ୧୫୦୦୦ ତାଙ୍କ ସହ ପ୍ରତିଯୋଗିତା ରେ ଝାରସୁଗୁଡ଼ା ଦଳ ର ତାରିଣୀ ସା ଫାଇନାଲ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳୀ, ସେହି ଦଳର ସନ୍ତୋଷ ଯାଦବ ପ୍ରତିଯୋଗିତା ର ଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ ହୋଇଥିଲେ। ଓଡ଼ିଶା ର ପ୍ରାକ୍ତନ ଖେଳାଳୀ ତଥା କୋଚ ଶୋଭନ ଦେବ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ରୋମାଞ୍ଚଲ ଖମାରୀ,ସବ୍ୟସାଚୀ ବାରିକ, ସୁରଞ୍ଜନ ସା ,କିଶୋର ଖମାରୀ,ତ୍ରିଲୋଚନ ଖମାରୀ,ଦ୍ରୋଣ ପଶାୟତ,ଉତ୍ତମ ପଶାୟତ,ରାଜକୁମାର ସାହୁ ପ୍ରମୁଖ ଏହି ପ୍ରତିଯୋଗିତା ର ପରିଚାଳନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Leave a comment

Your email address will not be published. Required fields are marked *