#Breaking News

ଜୀବନ ନେବ ରାସ୍ତା ମଝିର ଗାତ, ମରାମତି କେବେ ?


ଫୁଲ ବାଣୀ (ସୁନୀଲ ପଟନାୟକ )
ରାସ୍ତା ମଝିରେ ଗାତ l ଲୋକ ଙ୍କ ଜୀବନ ନେବ l ମରାମତି କରିବା ପାଇଁ ବିଭା ଗୀୟ କତୃପକ୍ଷ ଙ୍କ ନିକଟ ରେ ବାରମ୍ବାର ଅଭିଯୋଗ କଲେ ବବି ପ୍ରଶାସନ ଶୁଣୁନି lନିମ୍ନ ମାନର ରାସ୍ତା କାମ କରି ଠିକାଦାର ଓ ଯନ୍ତ୍ରୀ ମୋଟା ଅଙ୍କ ର ଅର୍ଥ ଲୁଟି ନେବା ଫଳରେ ରାସ୍ତାନିର୍ମାଣ ସରିବାର ବର୍ଷ କେଇଟା ନଯାଉଣୁ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦାରିଙ୍ଗ ବାଡି ବ୍ଲକ ର କିନାରି ଗାଁ ଓ କୁଟଲରି ଗାଁ ରାସ୍ତା ରେ l ରାସ୍ତା ରେ ଏଭଳି ବିପଦ ସଂକୁଳ ଅବସ୍ଥାରେ ଗାତ ଥିବାରୁ ଲୋକେ ବିଭିନ୍ନ ସମୟରେ ଦୁର୍ଘଟଣା ର ଶିକାର ବି ହେଉଛନ୍ତି l ପ୍ରାୟ ୫ ଫୁଟ ର ଏହି ଗାତ ଥିବା ଲୋକେ କହୁଛନ୍ତି l
କିନାରିଗାଁ ଓ ଝୀଂଜିରୀ ଗୁଡା ପଂଚାୟତ ଲୋକେପ୍ରତିଦି ନ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି l
ଏଣୁ ବିଭାଗୀୟ କତୃପକ୍ଷ ଓ ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦ୍ରୁଷ୍ଟି ଦେବା କୁ ଗ୍ରାମବାସୀ ଦାବୀ କରିଛନ୍ତି l

Leave a comment

Your email address will not be published. Required fields are marked *