#Breaking News

ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ଓ ଗର୍ଭବତୀଙ୍କୁ ଖାଦ୍ୟ ଦିଆଯାଉନଥିବା ଅଭିଯୋଗ


ଫୁଲବାଣୀ-(ସୁନୀଲପଟନାୟକ)
ସରକାର ବିଶେଷକର ଶିଶୁ ଓ ଗର୍ଭବତୀ ମା’ ମାନଙ୍କୁ ପୃଷ୍ଟି କର ଖାଦ୍ୟ , ଔଷଧ,ଦେବା ସହ ଉପଯୁକ୍ତ ଯତ୍ନ ନେବାପାଇଁ ସହରରୁ ଆରମ୍ଭ କରି ଗ୍ରାମାଞ୍ଚଳ ଯାଏ ସବୁଠିଅଙ୍ଗନବାଡି କେନ୍ଦ୍ରମାନ ଖୋଲିଛନ୍ତି ହେଲେ ଏ ସବୁ କେନ୍ଦ୍ରଗୁଡିକରେ ଥିବା ଅଙ୍ଗନବ। ଡି କର୍ମୀମାନଙ୍କ ବିରୁଦ୍ଧରେ ନାନାଦୁର୍ନିତୀ ଅନିୟମିତତା ନେଇ ଅଭିଯୋଗ ହେଉଛି । କେଉଁଠି କର୍ମୀ ରହୁନାହାନ୍ତି ତ ଆଉ କେଉଁଠି କର୍ମୀଙ୍କ ନାମରେ ଦୁର୍ନୀତି ଅରଯୋଗ । ସେହିପରି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ପାହିରାଜୁପଞ୍ଚାୟତର କୁ ସୁପାଜୁ ଅଙ୍ଗନବାଡି କେନ୍ଦ୍ର ଦାୟୀତ୍ଵରେ ଥିବା କର୍ମୀଙ୍କ ବିରୁଦ୍ଧରେ ଦୁର୍ନିତୀ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏନେଇ ଗ୍ରାମବାସୀଫିରିଙ୍ଗିଆ ସିଡିପିଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଉପଜିଲାପାଳଙ୍କୁ
ମଧ୍ୟ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି।
ସୂଚନାଯୋଗ୍ୟଯେ କୁସ୍ ପାଜୁ, ସେ ନିସୁଗା, ପୁଚ୍ଛା ମୁଣ୍ଡେରୀ, କ୍ଲାବାସଂଗ୍ରାମକୁ ନେଇ ଏହି ଗୋଟିଏ ଅଙ୍ଗନବାଡି କେନ୍ଦ୍ର, ରହିଛି । ଏସବୁ ଗ୍ରାମରେ ୧୧୫ ପରିବାରର ୧ ହଜାର ପାଖାପାଖି ଲୋକ ରହୁଛନ୍ତି । ଏସବୁଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢୁଥିବା ପିଲାଙ୍କ ପାଇଁ ଆସୁଥିବା ଅଣ୍ଡା ଓ ଖାଦ୍ୟସାମଗ୍ରୀ ପିଲାମାନଙ୍କୁ ନ ଦେଇ କର୍ମୀ ଜଣଙ୍କ ହଡପ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ୩/୪ ମାସରେ ଛତୁଆ କେବଳ ଦେଉଥିବା କହିଛନ୍ତି। ଗର୍ଭବତୀ ମା ମାନଙ୍କ ପାଇଁ ଆସୁଥିବା ଖାଦ୍ୟ ମଧ୍ୟ ନିୟମିତ ଦେଉ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମର ଲିପୁ କହର,ଲିପି କହଁର, ଦିନି କହଁର,ବେ ନାରୀ କହଁର।
କେବଳ ସେତିକି ନୁହେଁ. ସରକାର ଦେଇଥିବା ଦୁଇ ହଳ ପୋଷାକ, ଯୋତା,କରୋ । ନା ପାଇଁ ଆସିଥିବା ରାସନ ସାମଗ୍ରୀ-ମଧ୍ୟ ଠିକ ଭାବେ ଦିଆଯାଉନଥିବା ଅର୍ଭିଯୋଗ ହେଉଛି।
ସେହିପରି କେନ୍ଦ୍ରକୁ କର୍ମୀ ନିୟମିତ ଆସୁନ ଥିବା ଫଳରେ ଶିଶୁମାନଙ୍କ ଶାରିରୀକ ମାନସୀ କଓ ବୌଦ୍ଧିକ ବିକାଶ ହୋଇପାରୁ ନ ଥିବା ଅଭିଯୋଗ ହେଉଛି । ସେହିପରି ସରକାରଙ୍କ ନିୟମ ପ୍ରକାରେ କର୍ମୀଗ୍ରାମର କିମ୍ବା ପ ଞ୍ଚାୟତର ହୋଇ ଥିବା ଆବଶ୍ୟକ ତେବେ କୁ ସୂ ପାଜୁ ଗ୍ରାମର ଅଙ୍ଗନବାଡି କେନ୍ଦ୍ରର କର୍ମୀ ଅନ୍ୟ ପଞ୍ଚାୟତର ହୋଇଥିବା ଅଭିଯୋଗ ହେଉଛି । ଏଣୁ ଜିଲ୍ଲାପାଳ ଏହାର ବିଧିବଧତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ଗ୍ରାମବାସୀ ଦାବୀ କରିଛନ୍ତି । ଅନ୍ୟଥା ଆଗାମୀ ଦିନରେ ଏହାର ଦୃଢ ପ୍ରତିବାଦ କରାଯିବ ବୋଲି ଗ୍ରାମବସୀଧମକ ଦେଇଛନ୍ତି ।

Leave a comment

Your email address will not be published. Required fields are marked *