#Uncategorized

ଆଠଗଡ ଭେଣ୍ଡିଙ୍ଗ ଯୋନ ର ମା, ବାପ କିଏ,ଉଦୟ ଲାବଣ୍ୟ ଖୋଲିଲା ଗୁମର ପେଡି,ଭେଣ୍ଡିଙ୍ଗ ଯୋନ ବୁଲି ଦେଖିଲେ କାର୍ଯ୍ୟନିର୍ବାହୀ ଅଧିକାରୀ


ଆଠଗଡ(ଉଲାପ୍ର)ଆଠଗଡ ଏନଏସିରେ ଖୁଦ୍ର ବ୍ୟବସାୟୀ ମାନଙ୍କୁ ରୋଜଗାର ପନ୍ଥା ଯୋଗାଇଦେବାକୁ ୨୦୧୫ ମସିହାରେ ଆଠଗଡ ମେଡିକାଲ ଆଗରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୧୮ ଗୋଟି ଭେଣ୍ଡିଙ୍ଗ ଯୋନ ଦୋକାନ ଘରକୁ ଉଦଘାଟନ କରିଥିଲେ,ସବୁ ଦୋକାନ ଗୁଡିକ ରେ ବ୍ୟବସାୟୀ ମାନେ ୨୦ହଜାର ଟଙ୍କା ସିକୁରୀଟି ଦେଇ ବ୍ୟବସାୟ ଆରମ୍ଭ କରିଥିଲେ,ଆଠଗଡ ଏନଏସିକୁ ବ୍ୟବସାୟୀ ମାନେ ମାସିକ ଦୁଇଶହ ଟଙ୍କା ଦୋକାନ ଘର ଭଡା ଦେବା ପାଇଁ ଚୁକ୍ତି ହୋଇଥିଲା,ହେଲେ ଗତ ପାଞ୍ଚବର୍ଷ ଧରି ଏହି ଭେଣ୍ଡିଙ୍ଗ ଯୋନ ଗୃହର ଖାତା ଖତିଆନ କିଛି ଏନଏସିରେ ନଥିବାର ଜଣାପଡିଛି,ଏହା ବ୍ୟତୀତ ସିକୁରୀଟି ଟଙ୍କା ମଧ୍ୟ ଖାଇଦେଇଛନ୍ତି କର୍ମଚାରୀ ମାନେ,ଏହା ସହିତ ଗତ ପାଞ୍ଚ ବର୍ଷ ହେଲା ଭେଣ୍ଡିଙ୍ଗ ଯୋନରୁ ମାସିକ ଦୋକାନ ଘର ଭଡା ମଧ୍ୟ ଆଦାୟ ହେଉନାହିଁ,ଏ ସମ୍ପର୍କରେ ବାରମ୍ବାର ଉଦୟ ଲାବଣ୍ୟ ରେ ଖବର ପ୍ରକାଶ ପାଇବା ପରେ ମଙ୍ଗଳବାର ଦିନ

ଅଚାନକ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚ ମାଳା କିଛି ଷ୍ଟାଫ ଙ୍କୁ ଧରି ଭେଣ୍ଡିଙ୍ଗ ଯୋନ ରେ ପହଁଚି ଦୋକାନୀ ମାନଙ୍କ ସହିତ ଆଲୋଚନା କରିବା ବେଳେ ସେମାନେ କହିଥିଲେ ପାଞ୍ଚବର୍ଷ ଧରି କେହି ଘର ଭଡା ଆମଠାରୁ ନେଉନାହାନ୍ତି,କିଛି ଘରଭଡା ଦିଲୀପ ବାରିକ ନେଇଥିବା ଜଣା ପଡିଥିବା ବେଳେ ସିକୁରୀଟି ତାଙ୍କ ପ୍ରଭାତ ବାରିକ ନେଇଥିବା ଦୋକାନୀ ମାନେ ଅଭିଯୋଗ କରିଥିଲେ,ଖୁବ ଶୀଘ୍ର ଏହି ଭେଣ୍ଡିଙ୍ଗ ଯୋନ ଦୋକାନ ଗୃହ ଘର ଗୁଡିକୁ ଯୋଉମାନେ ଦୋକାନ କରିବାକୁ ଚାହୁଁଛନ୍ତି ସେମାନଙ୍କ ନାମରେ କରାଯିବା ସହିତ ସିକୁରୀଟି ଦାଖଲ କରିବାକୁ କୁହାଯାଇଛି, ଏହା ବ୍ୟତୀତ ଯୋଉ ମାନଙ୍କର କାଗଜପତ୍ର ଅଛି ସେମାନେ ଅଫିସ କୁ ଆସି କାଗଜପତ୍ର ଦେଖାଇ ବାକୁ ବ୍ୟବସାୟୀ ମାନଙ୍କୁ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି,ଗତ ପାଞ୍ଚବର୍ଷ ମଧ୍ୟରେ ଆଠଗଡ ଏନଏସି ଏହି ଭେଣ୍ଡିଙ୍ଗ ଯୋନ ଘର ଉପରୁ୧୦ ଲକ୍ଷ ଟଙ୍କା ରାଜସ୍ବ ହରାଇ ଥିବା ଅନୁମାନ କରାଯାଉଛି,ଉଦୟ ଲାବଣ୍ୟ ର ପଦକ୍ଷେପ ଯୋଗୁ ଆଜି ଭେଣ୍ଡିଙ୍ଗ ଯୋନ ବ୍ୟବସାୟୀ ମାନେ ସ୍ଥାୟୀ ହେବାକୁ ଯାଉଛନ୍ତି, ଏଠାରେ କିଛି ବ୍ୟବସାୟୀ ଅନ୍ୟକୁ ଦୋକାନ ଘର ଭଡା ସୂତ୍ରରେ ଦେଇ ତାଙ୍କଠାରୁ ୩୦ ହଜାର ଟଙ୍କା ସିକୁରିଟି ଓ ପାଞ୍ଚଶହ ଘର ଭଡା ଆଦାୟ କରୁଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ତଦନ୍ତ ବେଳେ ଜାଣିବାକୁ ପାଇଛନ୍ତି।

ଆଜିର ରାଶିଫଳ

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *