#Uncategorized

ଫୁଲବାଣୀରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ୫ ମହିଳାପୋଲିସ କର୍ମଚାରୀ ପୁରସ୍କୃତ


ଫୁଲବାଣୀ- (ସୁନୀଲ ପଟନାୟକ) ସୋମବାର ଆର୍ନ୍ତଜାତୀୟ ମହିଳା ଦିବସ ଅବସରରେ କନ୍ଧମାଳ ଏସପି ବିନିତ ଅଗ୍ରୱାଲ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲାର ବଛା ବଛା ୫ ଜଣ ମହିଳା ପୋଲିସ କର୍ମଚାରୀଙ୍କୁ ଏକ ସ୍ଵତନ୍ତ୍ର ଉତ୍ସବରେ ପୁରସ୍କୃତ କରିଥିଲେ । ୨୦୨୦ ବର୍ଷରେ ଏହି ମହିଳା କର୍ମଚାରି ମାନେ ନିଷ୍ଠା ଓ ଆନ୍ତରୀକତାର ସହ ସ6ଚ୍ଚ।ଟତା ଓ ଦକ୍ଷତା ପ୍ରଦର୍ଶନ କରି ନିଜ କର୍ତ୍ତବ୍ୟ ସଂପାଦନ କରିଥିବାରୁ ପୁରସ୍କୃତ କରିଥିଲେ । ସେମାନେ ହେଲେ ଟିକାବାଲି ଥାନା ଇନ୍ସପେକ୍ଟର ରେବତୀ ଶବର, ତୁମୁଡିବନ୍ଧ ଥାନାର ମହିଳାପୋଲିସ କନେଷ୍ଟବଲ ପିଙ୍କି ମା ନା ଏକ, ଫୁଲବାଣୀ ଆଦର୍ଶ ଥାନାର ମହିଳାହୋ ମଗାର୍ଡ ସୁନିତା ପାତ୍ର, ଫୁଲବାଣୀ ସହରରଟ୍ରାଫିକ ପୋଷ୍ଟଦାୟିତ୍ଵରେ ଥିବା ମହିଳା ହୋମଗାର୍ଡ କୁମୁଦିନି ଶତପଥି, ଓ ସିନିୟର ଏକାଉଣ୍ଟାଟ ସଂଯୁକ୍ତା ପଣ୍ଡା ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ବି ପିନ ବିହାରୀ ବେହେରା, ଡେପୁଟି ଏସପି ହେମନ୍ତ କୁମାର ପାଢୀ, ସ୍ନେହାଶିଷ ସାହୁ, କୃଷ୍ଣପ୍ରସାଦ ପଟନାୟକ ଆଲବିନସ କେରକେଟା , ସୂର୍ଯ୍ୟକାନ୍ତରାଏ,ଇନସପେକ୍ଟର ସମିର ରାଉତ, ଆରଆଇ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ପୋଲିସ କର୍ମଚାରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ।
ତେବେ କନ୍ଧମାଳ ଏସପି ବିନିତ ଅଗ୍ରୱାଲ୍ଙ୍
ଙ୍କ ନିଜସ୍ଵ ଚିନ୍ତାଧାରା ଓ ଆନ୍ତରିକ ଉଦ୍ୟମ ଯୋଗୁଁ ପ୍ରଥମଥର ପାଇଁ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ବିଶ୍ଵ ମହିଳା ଦିବସରେ ସମ୍ମାନୀତ କରାଯାଇଥିଲା ।
ଏହା ଦ୍ଵାରା ମହିଳାମାନଙ୍କ ସମ୍ମାନ ବଢିବା ସହ ଅଧିକ ରୁ ଅଧିକ ନିଷ୍ଠାର ସହ କାମ କରିବାଲାଗି ପ୍ରେରଣା ଯୋଗାଇବ ବୋଲି ପୁରସ୍କାର ପାଇଥିବା ମହିଳା ପୋଲିସ ଇନସପେକ୍ଟର ରେବତୀ ଶବର କହିଛନ୍ତି।

Leave a comment

Your email address will not be published. Required fields are marked *