#Uncategorized

ଅବହେଳା କରିବା ମହଙ୍ଗା ପଡିଲା,ଶେଷରେ ଭର୍ତିହେଲେ କଟକ କ୍ୟାନ୍ସର ହସ୍ପିଟାଲ ରେ


ବଲାଙ୍ଗୀର ଅଞ୍ଚଳର ଗ୍ରା :ରେଣ୍ଟସିଲ,ପୋ : ଭଏସା,ଥାନା :ପଟଣାଗଡ଼ର ରାଜେନ୍ଦ୍ର ବରିହା (24 ବର୍ଷ)ଙ୍କୁ,ଆଜକୁ 12 ବର୍ଷ ତଳେ କୋଣସି ବିଷାକ୍ତ ସର୍ପ ଦଂଶନ କରିଥିଲା।ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଓ ଅଶିକ୍ଷିତ ହୋଇଥିବାରୁ, ରାଜେନ୍ଦ୍ରଙ୍କ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନ ନେଇ ଝଡାଫୁଙ୍କା କରିବା ପାଇଁ ଗୁଣିଆ ପାଖକୁ ନେଇଥିଲେ। ଯାହାକି ରାଜେନ୍ଦ୍ରଙ୍କ ପାଇଁ ଅଭିଶାପ ପାଲଟିଲା !ସର୍ପ ଦଂଶନ ଦ୍ୱାରା ରାଜେନ୍ଦ୍ରଙ୍କ ବାମ ଗୋଡ଼ର ଆଣ୍ଠୁ ତଳକୁ ମାଂସ ଶାଢିବାରେ ଲାଗିଛି।ଶେଷରେ ଖବର ପାଇ ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ, ବଲାଙ୍ଗୀର ଶାଖାର ସଦସ୍ୟ ମାନେ ରାଜେନ୍ଦ୍ରଙ୍କୁ ଚିକିତ୍ସା କରାଇବା ପାଇଁ ଅଣ୍ଟା ଭିଡ଼ିଲେ ଓ କଟକ ଶାଖାର ଯୁବ ସଭାପତି କ୍ଷିତିଶ କୁମାର ବେହେରାଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରିଥିଲେ। ଗତ କାଲି ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ, ବଲାଙ୍ଗୀରର ସଦସ୍ୟ ମାନେ, ରାଜେନ୍ଦ୍ରଙ୍କୁ କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ବିଭାଗକୁ ପଠାଇଥିଲେ ।ଆଜି କ୍ଷିତିଶ କୁମାର ବେହେରା ବିଶିଷ୍ଠ ସମାଜସେବୀ ଅଭିମନ୍ୟୁ ଦାସ, ଏଇତ ଜୀବନ ସାମାଜିକ ସଂଗଠନର ସହଯୋଗରେ ରାଜେନ୍ଦ୍ରଙ୍କ ଚିକିତ୍ସା ଆରମ୍ଭ ହୋଇଛି। ରାଜେନ୍ଦ୍ରଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ, କଟକର ସାମାଜିକ କର୍ମୀମାନେ ସହଯୋଗର ହାତ ବଢ଼ାଇ,କଟକ ଭାଇଚାରାକୁ ପ୍ରମାଣିତ କରିଛନ୍ତି।ଦୟାକରି ସର୍ପ ଦଂଶନ ପାଇଁ ଗୁଣି ଗାରିଡି ଓ ଝଡାଫୁଙ୍କା ଉପରେ ବିଶ୍ୱାସ ନକରି, ଡାକ୍ତରଖାନାକୁ ଯାଇ ଚିକିତ୍ସା କରିବା ପାଇଁ ଅନୁରୋଧ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *