#Exclusive

ଅସୁରକ୍ଷିତ ବନ୍ୟଜନ୍ତୁ । ବନ ବିଭାଗକୁ ନାମ କମାଇବା ନିଶା ଲାଗିଛି

ଆଠଗଡ଼ (୦୩/୦୨/୨୦୨୦) ମନୋରଞ୍ଜନ ମହାପାତ୍ର : ଆଜି ଅପରାହ୍ନ ସମୟରେ ସୁକାସନ ଜଙ୍ଗଲରୁ ଏକ ଆହତ ହରିଣ ଜନବସତି ଆଡ଼କୁ ଦୋୖଡି ଚାଲି ଆସିଥିଲା ।ଏହାର ଗୋଡ଼ରେ ତୀର ମାଡ଼ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ କିଛି ବୁଲା କୁକୁର ହରିଣ ଟିକୁ କାମୁଡିବା ପାଇଁ ତଡିଥିଲେ । ଏଭଳି ତଡାତଡି ଚାଲିଥିବା ସମୟରେ ସ୍ଥାନୀୟ ବାସିନ୍ଦା ହରିଣ ଟିକୁ ସାହାଯ୍ୟ କରିବାକୁ ଆସି କୁକୁର ମାନଙ୍କୁ ତଡି ଦେଇଥିଲେ । ସ୍ଥାନୀୟ ବାସିନ୍ଦା ଏହି ଖବର ବନ ବିଭାଗ କୁ ଜଣାଇଥିଲେ ମଧ୍ୟ ପ୍ରାୟ ସାଢ଼େ ଦୁଇ ଘଣ୍ଟା ପରେ ବନ ବିଭାଗର କର୍ମଚାରୀ ମାନେ ଉକ୍ତ ସ୍ଥାନରେ ପହଞ୍ଚି ହରିଣ କୁ ଉଧାର କରି ଚିକିତ୍ସା କରାଇବା ପାଇଁ ପଶୁ ଡାକ୍ତରଙ୍କ ପାଖକୁ ନେଇଥିଲେ । ପରବର୍ତ୍ତୀ ଅବସ୍ଥାରେ ହରିଣ ଟି ସୁସ୍ଥ ଅନୁଭବ କରିବାରୁ ବନ ବିଭାଗ ତାକୁ ନେଇ ଜଙ୍ଗଲ ରେ ଛାଡି ଦେଇ ଆସିଥିବା କଥା କହିଛନ୍ତି ରେଞ୍ଜର ଆୟେସା । ଏଠି ପ୍ରଶ୍ନ ଉଠୁଛି ଯେ ଯଦି ବନ୍ୟ ଜନ୍ତୁ ଅସୁରକ୍ଷିତ ତାହେଲେ ସରକାର ଷ୍ଟାଫ ମାନଙ୍କ ପାଇଁ କାହିଁକି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ? କାହିଁକି ଧରା ପଡୁ ନାହାନ୍ତି ଶିକାରୀ ? ଏଠିକାର ସମସ୍ତ ବନ କର୍ମଚାରୀ ମାନଙ୍କୁ ବଦଳି କରାଯାଇ ନୂତନ କର୍ମଚାରୀ ମାନଙ୍କୁ ନିୟୋଜିତ କଲେ ସ୍ଥିତିରେ କିଛି ବଦଳ ହୋଇପାରେ ।

Leave a comment

Your email address will not be published. Required fields are marked *