#Breaking News

ଇଚ୍ଛାପୁର ପଞ୍ଚାୟତ ରେ ସରପଞ୍ଚ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର ,ପ୍ରାର୍ଥୀ ବାଣ୍ଟିଲେ ଛବିଳ ମଧୁ ବର୍ଣ୍ଣବୋଧ ବହି


ଆଠଗଡ(ଉଲାପ୍ର)ଆଠଗଡ ବ୍ଲକ ଇଚ୍ଛାପୁର ପଞ୍ଚାୟତ ରେ ବିଜେଡି ସମର୍ଥିତ ପ୍ରାର୍ଥୀ କବିରାଜ ସାହୁ ଘରକୁଘର ବୁଲି ଜୋରଦାର ପ୍ରଚାର କରିଛନ୍ତି।ପ୍ରଥମେ ସେ ଇଚ୍ଛାପୁର ପଞ୍ଚାୟତ ର ଗୁଡୁ ପଡା ଗ୍ରାମରେ ଥିବା ମା ରାମଚଣ୍ଡୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଗାଁ ଭିତରକୁ ଯାଇ ଘରଘର ବୁଲି ପ୍ରଚାର କରିଥିଲେ,ଗୁଡୁ ପଡା ଗ୍ରାମର ଶବର ସାହିରେ ପ୍ରାର୍ଥୀ କବିରାଜ ସାହୁ ପହଁଚିବା ପରେ ପ୍ରାର୍ଥୀଙ୍କୁ ମହିଳା ମାନେ ବନ୍ଦାପନା କରି ଫୁଲ ପକାଇବା ଘଟଣା ଥିଲା ନିଆରା।ସେହିପରି ପ୍ରାର୍ଥୀ କବିରାଜ ଗାଁ ଦାଣ୍ଡରେ ଘରକୁଘର ବୁଲିବା ବେଳେ ଛୋଟ ପିଲାଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ ବହି ବାଣ୍ଟିବା ଘଟଣା ଥିଲା ପଞ୍ଚାୟତ ନିର୍ବାଚନରେ ନୂତନ କଥା,ଭୋଟର ମଧ୍ୟ କବିରାଜ ସାହୁଙ୍କୁ ଚାହୁଁଥିବା ଭୋଟର ମାନଙ୍କ ମତିଗତିରୁ ଜଣାପଡିଛି।କବିରାଜ ସାହୁ ମଧ୍ୟ ଯଦି ସରପଞ୍ଚ ନିର୍ବାଚନ ରେ ନିର୍ବାଚିତ ହୁଅନ୍ତି ସେ ଇଚ୍ଛାପୁର ପଞ୍ଚାୟତର ସର୍ବାଙ୍ଗୀନ ଉନତି କରିବେ ବୋଲି ପ୍ରକାଶ କରିଛନ୍ତି।

Leave a comment

Your email address will not be published. Required fields are marked *