#Exclusive

ଆଠଗଡ଼ ପ୍ରଶାସନ ପକ୍ଷରୁ କରୋନା କୋଭିଡ – ୧୯ ମୁକାବିଲା ଲାଗି ସଚେତନତା ପ୍ରସ୍ତୁତି ବୈଠକ ।

:
ଆଠଗଡ଼ ତା୧୭/୩ ଆଜି ଉପଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀ ଅଜାମ୍ବର ମହାନ୍ତି ଙ୍କ ଅଧ୍ୟକ୍ଷତାରେ କରୋନା ସଂକ୍ରମଣ କୋଭିଡ -୧୯ ମୁକାବିଲା ନିମନ୍ତେ ପ୍ରଶାସନିକ ସ୍ତରରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି।ଉପଜିଲ୍ଲାପାଳ ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ ଆମେ ସଚେତନତା ହବା ସହିତ ସାଧାରଣ ଲୋକଙ୍କୁ କରୋନା ସମ୍ବଧରେ ସଚେତନତା ସୃଷ୍ଟି କରିବା, ସରକାର ଯେଉଁ ଆଦେଶନ।ମ। ଅନୁଯାୟୀ ସର୍ବସାଧାରଣଙ୍କ ସ୍ଥାନରେ ଏକତ୍ରିତ ନ ହେବା ପାଇଁ ଅନୁରୋଧ କରିଥିଲେ ।ଲୋକମାନେ ହାର।ସ ନହୋଇ ସଚେତନତା ସୃଷ୍ଟିକଲେ କରୋନା କୁ ମୁକାବିଲା କରିପାରିବ।

ବୈଠକରେ ଉପଖଣ୍ଡ ମେଡିକାଲ ଅଫିସର ଶ୍ରୀ ବିଜୟ କୁମାର ମିଶ୍ର କହିଲେ ଯେ ଆମେ ଆତଙ୍କିତ ନ ହୋଇ ମୁକାବିଲା କରିବା,ମାକ୍ସ ପ୍ରଯ୍ୟାପ୍ତ ପରିମାଣର ମିଳୁ ନଥିବାରୁ ମୁହଁରେ ରୁମାଲ ବାନ୍ଧିଲେ ଚଳିବ । ବାରମ୍ବାର ହାତ ଧୋଇବା ପାଇଁ ଅନୁରୋଧ କରିଥିଲେ, ଧବଳେଶ୍ବର ମନ୍ଦିର ପୂଜକ କହିଥିଲେ ଯେ ସରକାରୀ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବେ,ବୈଠକରେ ତହସିଲଦାର ବଡମ୍ବ। ଅନିଲ କୁମାର ପଟ୍ଟନାୟକ ଓ ତହସିଲଦାର ତିଗିରିଆ ପରେଶ କୁମାର ନାୟକ ଓ ଆଠଗଡ଼ ତହସିଲଦାର ତପନ କୁମାର ଖୁଣ୍ଟିଆ କରୋନା ସଚେତନତା ଉପରେ ଆଲୋକପାତ କରିଥିଲେ ।ପ୍ରତ୍ୟେକ ଗ୍ରାମ ପଂଚାୟତ ଓ ବ୍ଲକରେ କୋରେନଟାଇନ ହାଉସ ନିର୍ମାଣ କରିବା ପାଇଁ, ଉପଜିଲ୍ଲାପାଳ ବ୍ଲକ ଓ ପଂଚାୟତ କୁ ନିର୍ଦ୍ଦେଶ ଦେଇଥିଲେ।ନିର୍ବାହୀ ଅଧିକାରୀ ଆଠଗଡ଼ ଏନ ଏ ସି କରୋନା ସମ୍ପର୍କରେ ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇଥିଲେ।
ଉକ୍ତ ବୈଠକରେ ସହକାରୀ ଜିଲ୍ଲାପାଳ ପ୍ରିୟବ୍ରତ ଦାସ ସମସ୍ତ ବିଭାଗୀୟ ଅଧିକାରୀ ସମସ୍ତ ସାମ୍ବାଦିକ ଯୋଗଦେଇଥିଲେ ,ଶେଷରେ ତହସିଲଦାର ଆଠଗଡ଼ ତପନ କୁମାର ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ

Leave a comment

Your email address will not be published. Required fields are marked *