#Exclusive

କରୋନା ସଚେତନତାରେ ସାମିଲ ହେଲେ ଗଣ ମାଧ୍ୟମ ।

କଟକ (୧୭/୦୩/୨୦) (ବ୍ୟୁରୋ): ସବୁ କ୍ଷେତ୍ରରେ ଗଣମାଧ୍ୟମ ଲୋକଙ୍କୁ ସଚେତନ କରାଉଥିବା ବେଳେ ଆଜି କୋରୋନା ଭାଇରସ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାର ମୁକାବିଲା କରିବା ସହିତ ଜନସାଧାରଣ ଙ୍କୁ ସଚେତନ କରାଇବା ପାଇଁ ଆଜି ରାଜ୍ୟରେ ପ୍ରଥମ କୋରୋନା ସଚେତନତା ରେ ସାମିଲ ହେଲା କଟକ ଜିଲ୍ଲା କଣ୍ଟାପଡା ବ୍ଲକ କଣ୍ଟାପଡା ପ୍ରେସ କ୍ଲବ ପକ୍ଷରୁ ଗଡିଲା ସଚେତନତା ରଥ। ନିଆଳୀ ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ନିରତାର ନିର୍ଦ୍ଦେଶକ ଡାକ୍ତର ଶକ୍ତିପ୍ରସାଦ ଦାସ,ଉପ ନିର୍ଦ୍ଦେଶକ ରଶ୍ମିରଞ୍ଜନ ସେଠୀ, କଣ୍ଟାପଡା ବିଡ଼ିଓ କେ.ଅଶୋକ କୁମାର,ତହସିଲଦାର ଆର୍ତ୍ତତ୍ରାଣ ମଲ୍ଲିକ ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କୋରୋନା ରଥକୁ । ଦୁଇ ଦିନ ଏହି ରଥ ନିଆଳି କଣ୍ଟାପଡା ଅଞ୍ଚଳରେ ଥିବା ବିଭିନ୍ନ ଗ୍ରାମକୁ ଗ୍ରାମ ବୁଲି କୋରୋନାରୁ କିପରି ସୁରକ୍ଷିତ ରହିବ ସେ ସମ୍ପର୍କରେ ଲୋକଙ୍କୁ ସଚେତନତା ସୃଷ୍ଟି କରିବ।ଏବଂ ପ୍ରତ୍ୟେକ ଲୋକ କୋରୋନା ଭୟରେ ଆତଙ୍କିତ ନ ହୋଇ ମାସ୍କ ସାନିଟାଇଜର ବ୍ୟବହାର କରିବା ପାଇଁ ନିବେଦନ କରାଯାଇଛି।

Leave a comment

Your email address will not be published. Required fields are marked *