#Headlines

ଓଡ଼ିଶାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ଭାରତୀୟ ଜନତା ପାର୍ଟି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ଶୁକ୍ରବାର ଓଡ଼ିଶା ପ୍ରଦେଶର ୩୪ଟି ସାଂଗଠନିକ ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା କରିଛି। ବିଜେପିର ରାଜ୍ୟ ନିର୍ବାଚନ ଅଧିକାରୀ ରଂଜନ ପଟେଲଙ୍କ ଅନୁମୋଦନ କ୍ରମେ ରାଜ୍ୟ ସହ ନିର୍ବାଚନ ଅଧିକାରୀ ଓ ମୁଖପାତ୍ର ସୁଦୀପ୍ତ ରାୟ ଏହି ଘୋଷଣା କରିଛନ୍ତି । ଏଥିରେ ୪ ଜଣ ବିଧାୟକ ଓ ୨ ଜଣ ପୂର୍ବତନ ବିଧାୟକ ସାମିଲ ହୋଇଛନ୍ତି। ସେହିଭଳି ୨ ଜଣ ସଭାପତି ପଦ ବଜାୟ ରଖିଥିବା ବେଳେ ୩୨ଟି ସାଂଗଠନିକ ଜିଲ୍ଲାରେ ନୂଆଁ ମୁହଁ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ବିଜେପିର ଓଡ଼ିଶା ପ୍ରଦେଶ ଜିଲ୍ଲା ସଭାପତି ନିର୍ବାଚନ ଚଳିତ ମାସ ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହା ପୂର୍ବରୁ ରାଜ୍ୟସ୍ତରୀୟ ନେତୃବୃନ୍ଦମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ଜିଲ୍ଲା ଓ ମଣ୍ଡଳ ସ୍ତରର ନେତୃମଣ୍ଡଳୀଙ୍କ ସହ ଆଲୋଚନା କରି ମତାମତ ସଂଗ୍ରହ କରିଥିଲେ ।

ଜିଲ୍ଲା ସଭାପତିମାନେ ହେଲେ ଅନୁଗୁଳ-ଡିଲେଶ୍ୱର ପ୍ରଧାନ, ଢେଙ୍କାନାଳ- ନରେଶ ମହାପାତ୍ର, କଟକ ନଗର- ଲଲାତେନ୍ଦୁ ବଡୁ, କଟକ ସଦର- ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଜଗତସିଂହପୁର- ସତ୍ୟବ୍ରତ ମହାପାତ୍ର, କେନ୍ଦ୍ରାପଡା- କିଶୋର ପଣ୍ଡା, ଯାଜପୁର- ଗୌତମ ରାୟ, ଭଦ୍ରକ- ହେମନ୍ତ ପାଢ଼ୀ, ବାଲେଶ୍ୱର- ଉମାକାନ୍ତ ମହାପାତ୍ର, ବାରିପଦା- ପୂର୍ବତନ ବିଧାୟକ କାନ୍ଦରା ସୋରେନ୍‌, ରାଇରଙ୍ଗପୁର- ବିଧାୟକ ନବଚରଣ ମାଝୀ, କେନ୍ଦୁଝର- ଅଂଶୁମାନ ସବୁଜ ମହନ୍ତ ବର୍ମା, ସୁନ୍ଦରଗଡ଼(ବଣାଇ)- ଅନୀଲ ବାର୍ଲା, ସୁନ୍ଦରଗଡ (ପାନପୋଷ)- ଲତିକା ପଟ୍ଟନାୟକ, ସୁନ୍ଦରଗଡ଼- ବିଧାୟକ ଭବାନୀ ଭୋଇ, ଝାରସୁଗୁଡ଼ା- ମଙ୍ଗଳ ସାହୁ, ଦେବଗଡ- ମୀନକେତନ ପ୍ରଧାନ, ସମ୍ବଲପୁର- ଗିରିଶ ପଟେଲ, ବରଗଡ଼- ଅଶ୍ୱନୀ ଷଡ଼ଙ୍ଗୀ, ବୌଦ୍ଧ- ବିପ୍ର ଚରଣ ମହାନ୍ତି, ସୁବର୍ଣ୍ଣପୁର- ପ୍ରମୋଦ ମହାପାତ୍ର, ବଲାଙ୍ଗୀର- ଶିବାଜୀ ମହାନ୍ତି, ନୂଆପଡ଼ା- ସୁବ୍ରତ ଠାକୁର, କନ୍ଧମାଳ- ଜଗନ୍ନାଥ ସାହୁ, ନବରଙ୍ଗପୁର- ଜଗଦୀଶ ବିଶୋଇ, କୋରାପୁଟ- ସୁମନ୍ତ ପ୍ରଧାନ, ମାଲକାନଗିରି- ବିଧାୟକ ଆଦିତ୍ୟ ମାଢ଼ୀ, ରାୟଗଡ଼ା- ଶିବ ପଟ୍ଟନାୟକ, ଗଜପତି- ବିଧାୟକ କେ. ନାରାୟଣ ରାଓ, ଗଂଜାମ-ବିଭୂତି ଜେନା, ଘୁମୁୁସର- ଗୋକୁଳାନନ୍ଦ ମଲ୍ଲିକ, ନୟାଗଡ଼-ଲାଲା ମନୋଜ ରାୟ, ଖୋର୍ଦ୍ଧା- ରଶ୍ମି ରଂଜନ ମହାପାତ୍ର, ପୁରୀ- ଆଶ୍ରିତ ପଟ୍ଟନାୟକ।

ସମ୍ପାଦନା – ମନୋରଞ୍ଜନ ମହାପାତ୍ର

Leave a comment

Your email address will not be published. Required fields are marked *