#Breaking News

ଶିଶୁ ସମାଚାର ପକ୍ଷରୁ ମା ମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା

ପୁରୀ (ଉଳାପ୍ରା)ଆସନ୍ତା ଅଗଷ୍ଟ 7ରିଖ ଶିଶୁ ସମାଚାର ର ପଞ୍ଚଦସ ସ୍ଵନକ୍ଷତ୍ର ଦିବସଉପଲକ୍ଷେ ମା ମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା ଆଜି ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖ ରେ ଅନୁଷ୍ଠିତ ହୋଇଛି. ପ୍ରତିଯୋଗିତା କୁ ଉଦଘାଟନ କରିବାପାଇଁଉପଦେଷ୍ଟା ଚକ୍ରଧର ମହାପାତ୍ର, ବିଦୁଲତା ଆଚାର୍ଯ୍ୟ ଶିବ ସୁନ୍ଦର ମିଶ୍ର, ସାମ୍ବାଦିକ ନାରାୟଣ ଦାଶ ଅତିଥି ଭାବେ ଯୋଗ ଦେଇଥିଲେ.ଉଦଘାଟନ ସମାରୋହ କୁ ସଂଯୋଜନା କରିଥିଲେ ଆଡ଼ଭୋକେଟ ଶରତ କୁମାର ରାୟଗୁରୁ.ପ୍ରାରମ୍ଭ ରେ ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା ଅତିଥି ପରିଚୟ ସହ ଆସନ୍ତା ଅଗଷ୍ଟ 7ରେ ଜାତୀୟ ସ୍ତରୀୟ ନୃତ୍ୟ ଓ ସଂଗୀତ ପ୍ରତିଭା ପ୍ରଦର୍ଶନ ପୁରୀ ଟାଉନ ହଲ ରେ ହେବ ଓ ସେଇ ଦିନ ପଞ୍ଚଦଶ ସ୍ୱ ନକ୍ଷତ୍ର ଦିବସ ପାଳନ ରେ ସମସ୍ତ ପୁରସ୍କାର  ପ୍ରଦାନ କରାଯିବ ବୋଲି ସଂଯୋଜକ ଶରତ ରାୟଗୁରୁ ଘୋଷଣା କରିଥିଲେ. ଆଜିର  ପ୍ରତିଯୋଗିତାରେ ଦୁର୍ଗା କର, ମିନାକ୍ଷୀ ଦାସ, ସତ୍ୟ ପାଢ଼ୀ ବିଚାରକ ଭାବେ ଯୋଗ ଦେଇଥିଲେ.ଝୋଟି ପ୍ରତିଯୋଗିତା ରେ କଳ୍ପନା ମୁଦୁଲି ପ୍ରଥମ, ସସ୍ମିତା ପାତ୍ର ଦ୍ୱିତୀୟ, ଅଞ୍ଜଳି ପ୍ରଧାନ ତୃତୀୟ  ସ୍ଥାନ ଅଧିକାର କରିଛନ୍ତି ଏହି ପ୍ରତିଯୋଗିତା କୁ ଶୁଭଜିତ ପଣ୍ଡା,ସତ୍ୟ ନାରାୟଣ ସାହୁ, ଦୀପ୍ତି ମିଶ୍ର, ମାନସ ଦାସ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ. ଶେଷ ରେ ଅନ୍ନପୂର୍ଣ୍ଣା ଦେବୀ ଧନ୍ୟବାଦ ପ୍ରଦାନ କରିଥିଲେ .

Leave a comment

Your email address will not be published. Required fields are marked *