#Uncategorized

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ ମୂଖ୍ୟ କାରାଗାରକୁ ଟିଭି ଓ ସିଲେଇ ମେସିନ ପ୍ରଦାନ

ବରଗଡ -ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ ମୂଖ୍ୟ କାରାଗାର କୁ ଆଜି ଗୋଟିଏ ଟଭି ଓ ଗୋଟିଏ ସିଲେଇ ମେସିନର ପ୍ରଦାନ କରାଯାଇଛି। ଏହି ମେସିନ ମହିଲା ବନ୍ଦୀ ମାନଙ୍କ ସହାୟକ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଗଲା ଏହା ସହିତ ଅନ୍ତବାସୀ ମାନଙ୍କ ମନୋରଞନ ପାଇଁ ଏକ LCD ଟିଭି ପ୍ରଦାନ କରାଯାଇଛି ।ଏହି ସମସ୍ତ ସାମଗ୍ରୀ କୁ ଅନୁଷ୍ଠାନ ର ଜଣେ ସକ୍ରିୟ ସହଯୋଗୀ ଶ୍ରୀ ସନ୍ତୋଷ କୁମାର ଦାଶ ପ୍ରଦାନ କରିଛନ୍ତି। କାଯ୍ୟକ୍ରମ ରେ ମହିଳା ଟିମ ମୂଖ୍ୟ ମେନକା,ସବିତା,ରିତାଞଲୀ,ସନ୍ତୋଷିନୀ,ରିତା,ବବିତା,ମାମିନା,କମଲିନୀ କାଯ୍ୟକ୍ରମ ରେ ସହଯେଗ କରିଥିଲେ ରେନବୋ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ମେହେର, ଜେନ ମୂଖ୍ୟ ଓ ଅନୁଷ୍ଠାନ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ କାର୍ଯକ୍ରମ ରେ ଯୋଗଦାନ କରିଥିଲେ। ଆଗାମୀ ଦିନରେ ଏହି କାରାଗାର ଅନେକ ଗୁଡ଼ିଏ ସାମାଜିକ କାର୍ଯ୍ୟକ୍ରମ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *