#Uncategorized

ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ର ନିର୍ବାଚିତ କର୍ମକର୍ତ୍ତାଙ୍କର ଶପଥ ଗ୍ରହଣ


ନୂଆଦିଲ୍ଲୀ / ଭୁବନେଶ୍ୱର (ଉଲାପ୍ର)ପ୍ରବାସୀ ଓଡ଼ିଆ ମାନଙ୍କର ଛାମୁଆ ସଂଗଠନ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର (ଆର.ପି.ଓ.ପି.) ର ନବନିର୍ବାଚିତ କର୍ମକର୍ତ୍ତା ମାନଙ୍କର ଆଜି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ (ଭରଚୁଆଲ ) ଭାବରେ ଆୟୋଜିତ ଏହି ସମାରୋହରେ ପରିବାରର ବହୁ ସଦସ୍ୟ, କାର୍ଯ୍ୟକର୍ତ୍ତା,ହୀତାକାଂକ୍ଷୀ ଓ ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ରହି ନୂଆ ପଦାଧିକାରୀ ମାନଙ୍କୁ ଶୁଭକାମନା ଜଣାଇବା ସାଙ୍ଗକୁ ସେମାନଙ୍କର କାର୍ଯ୍ୟ କାଳ ର ଅଶେଷ ସଫଳତା କାମନା କରିଥିଲେ |

ପୂର୍ବତନ କୂଟନୀତିଜ୍ଞ ଅମରେନ୍ଦ୍ର ଖଟ୍ଟୁଆ ଓ ବରିଷ୍ଠ ପ୍ରଶାସକ ସଂଜୀବ ପାଟ୍ଟଯୋଶୀ ଅପରାହ୍ନ ସାଡେ ୩ଟା ବେଳେ ନିର୍ବାଚିତ ୯ଜଣ ପଦାଧିକାରୀଙ୍କୁ ଶପଥ ପାଠ କରାଇଥିଲେ | ପ୍ରଥମେ ଖ୍ୟାତିସମ୍ପନ୍ନ ସମାଜସେବୀ ତଥା ଆର.ପି.ଓ.ପି. ର ନବନିର୍ବାଚିତ ମୁଖ୍ୟ ଆବାହକ ପ୍ରବୀର ମହାନ୍ତି ଜଗନ୍ନାଥଙ୍କର ଦ୍ୱାହି ନେଇ ପଦ ଓ ପ୍ରତିବଦ୍ଧତା ର ଶପଥ ପତ୍ର ପାଠ କରିଥିଲେ |ଏହାପରେ ପରିବାର ର ଅନ୍ୟାନ୍ୟ ନୂଆ କର୍ମକର୍ତ୍ତା ଯଥା ସଭାପତି ଜଣାଶୁଣା ଜନସେବକ ମୀନକେତନ ସାମଲ, ଉପ ସଭାପତି ରୂପେ ପୁଷ୍ପାଞ୍ଜଳି ବାରିକ ଓ ରୀତା ପାତ୍ର, ସାଧାରଣ ସଂପାଦକ ଭାବେ ମୀନକେତନ ମିଶ୍ର, ଯୁଗ୍ମ ସଂପାଦକ ରୂପେ ସରିତା ମହାପାତ୍ର, ଏବଂ ସନ୍ତୋଷ ରାଉତ, କୋଷାଧ୍ୟକ୍ଷ ପଦବୀ ପାଇଁ ବସନ୍ତ ଜେନା ଏବଂ ସହ କୋଷାଧ୍ୟକ୍ଷ ଭାବେ ଅସୀତ ପରିଡାଙ୍କୁ ଶପଥ ଦିଆ କରାଇଥିଲେ |ନୂଆ କର୍ମକର୍ତ୍ତା ମାନେ ଶପଥ ପତ୍ର ଜରିଆରେ ସେମାନେ ଦିଲ୍ଲୀ ତଥା ଜାତୀୟ ରାଜଧାନୀ କ୍ଷେତ୍ରରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ଭାଇ, ଭଉଣୀ ମାନଙ୍କ ମଧ୍ୟରେ ଶାନ୍ତି, ମୈତ୍ରୀ, ପ୍ରୀତି ଓ ପ୍ରଗତି ସ୍ଥାପନା କରିବା ତଥା ସେମାନଙ୍କର ସର୍ବାଙ୍ଗୀନ ମଙ୍ଗଳ ସାଧନ ପାଇଁ ଅନବରତ ପ୍ରୟାସ କରିବା ଲାଗି ସେମାନଙ୍କର ପ୍ରତିଜ୍ଞାବଦ୍ଧତା ଘୋଷଣା କରିଥିଲେ | ଏହା ସହିତ ଆର.ପି.ଓ.ପି. ର ମୁଖ୍ୟ ଆଭିମୁଖ୍ୟ “ଜଣେ ଓଡ଼ିଆ : ଶ୍ରେଷ୍ଠ ଓଡ଼ିଆ” କୁ ମଧ୍ୟ ଅକ୍ଷରେ ଅକ୍ଷରେ ସାକାର କରିବା ପାଇଁ ସେମାନେ ନିଜର ତନ, ମନ ଓ ଧନ କୁ ଉତ୍ସର୍ଗ କରିବେ ବୋଲି ଶପଥ ନେଇଥିଲେ | ଓଡିଶା ଭିତରେ ଏବଂ ବାହାରେ ନିଜର ମାତୃଭାଷା, ସଂସ୍କୃତି, ପରମ୍ପରା, ଐତିହ୍ୟ କୁ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବା ପାଇଁ ତଥା ଓଡ଼ିଆ ଜାତିର ତ୍ୟାଗ ଓ ସ୍ୱାଭିମାନକୁ ବିଶ୍ୱ ଦରବାରରେ ପରିଚିତ କରିବା ନେଇ ପରିବାର ର ଦୃଢ ପ୍ରତିବଦ୍ଧତା କୁ ସେମାନେ ଶପଥପତ୍ର ରେ ଦୋହରାଇଥିଲେ |

ଆଜି ମଧ୍ୟାହ୍ନରେ ଆର.ପି.ଓ.ପି. ର ନୂଆ କର୍ମକର୍ତ୍ତା ମାନେ ସେମାନଙ୍କର ପରିବାର ଓ ସମର୍ଥକ ମାନଙ୍କ ସହିତ ଏଠାକାର ତ୍ୟାଗରାଜ ନଗର ସ୍ଥିତ ଜଗନ୍ନାଥ ମନ୍ଦିରରେ ପହଁଚି ଠାକୁରଙ୍କର ଦର୍ଶନ ଓ ପୂଜାର୍ଚ୍ଚନା କରି ସେମାନଙ୍କର କାର୍ଯ୍ୟକାଳ ର ସଫଳତା ପାଇଁ ଭଗବାନଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ | ନିର୍ବାଚିତ କାର୍ଯ୍ୟକାରୀ କମିଟି ସଦସ୍ୟ ମାନେ ମନ୍ଦିରର ଶୁଭଦ୍ରା କଳା ମଣ୍ଡପ ଠାରେ ଶପଥ ଗ୍ରହଣ କରିଥିଲେ | ଶପଥ ନେବାପରେ ସମସ୍ତ ନିର୍ବାଚିତ ପଦାଧିକାରୀ ମାନଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା | ଉପସ୍ଥିତ ମାନ୍ୟଗଣ୍ୟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ କିଶୋରେ ଦ୍ବିବେଦୀ , ବିଶିଷ୍ଟ କବି ଚନ୍ଦ୍ରମଣି ବ୍ରହ୍ମଦତ୍ତ ଏବଂ କର୍ପୋରେଟ ବିଶେଷଜ୍ଞ ବିମଲ ଭଲ ପ୍ରମୁଖ ଉପସ୍ଥିତ ଥିଲେ |
ସମଗ୍ର କାର୍ଯ୍ୟକ୍ରମକୁ ଆକାଶ ମହାନ୍ତି ଓ ଅନିଲ ସାହୁ ସୁସଂଯୋଜନା ଓ ସୁଚାରୁ ରୂପେ ଉପସ୍ଥାପନା କରିଥିଲେ

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *