#Breaking News #District

କନ୍ଧମାଳ ର ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଟଗଡ ବ୍ଲକ ପି.ସି.ସି ସଭ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କ ୭୭ ବର୍ଷରେ ପରଲୋକ ହୋଇଛି l ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର କନ୍ଧମାଳ ଜିଲ୍ଲା କଂଗ୍ରେସ ପରିବାର ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ସ୍ବର୍ଗତ ତ୍ରିପାଠୀ ଦୀର୍ଘ ଦିନ ଧରି ଅସୁସ୍ଥତା ଥିବା ଯୋଗୁଁ ପୁନେ ଠାରେ ରହୁଥିବା ସାନପୁଅ ନିକଟରେ ରହି ଚିକିତ୍ସା ହେଉଥିବା ବେଳେ ସେଠାରେ ମୃତ୍ୟୁ ବରଣ କରିଥିଲେ l ପରେ ପରେ ମଙ୍ଗଳବାର ଦିନ ନିଜ ଗ୍ରାମ କୋଟଗଡ଼ କୁ ଶବ ଆଣି ରୀତିନୀତି ଅନୁଯାଇ ଶବ ସଂସ୍କାର କାର୍ଯ୍ୟ ସମାପନ କରାଯାଇଥିଲା l

Leave a comment

Your email address will not be published. Required fields are marked *