#Breaking News

ଜିଲ୍ଲା ପ୍ରଶିକ୍ଷଣ ବର୍ଗ, କଟକନଗର ଟେ ଅନୁଷ୍ଠିତ


କଟକ(ଉଲାପ୍ର୍)ରତୀୟ ଜନତା ପାର୍ଟିର ଓଡ଼ିଶାରେ ଆଜି ଜିଲ୍ଲା ପ୍ରଶିକ୍ଷଣ ବର୍ଗ(ଇ ଚିନ୍ତନ ବୈଠକ) ଆୟୋଜନ କରାଯାଇଛି ।ପ୍ରତି ଶନିବାର ଦିନ ୧୦ ଘଟିକା ସମୟରେ ଗୋଟିଏ ଗୋଟିଏ ବିଷୟ ରେ ଭାଷଣ ଓ ଚର୍ଚ୍ଚା ହେବ। ଭାଜପା ସଙ୍ଗଠନର କାର୍ଯ୍ୟକର୍ତା ଜିଲ୍ଲା,ମଣ୍ଡଳ, ୱାର୍ଡ ଓ ବୁଥ ସ୍ତରରେ ମାନସିକ ଓ ଶାରୀରିକ ଦୃଷ୍ଟିରୁ ରାଷ୍ଟ୍ରବାଦୀ ବିଚାରାଧାରାରେ ପ୍ରେରିତ ହୋଇ ରାଜନୈତିକ ଶକ୍ତି ହୋଇ କାର୍ଯ୍ୟ କରିବା ପାଇଁ ଏହି ବର୍ଗ ପ୍ରତି ବର୍ଷ ହୋଇଥାଏ। ଏହି ଅନୁକ୍ରମରେ ଆଜି କଟକ ନଗର ଜିଲ୍ଲା ତରଫରୁ କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତୁରେ ଭରଚୁଆଲ ବୈଠକ ଦିନ ୧୦ ଘଟିକା ସମୟରେ ହୋଇଥିଲା । ଏଥିରେ ମୁଖ୍ୟ ବକ୍ତା ରୂପେ ଯୋଗଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରତାପ ଷଡ଼ଙ୍ଗୀ।କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭ବର୍ଷ ଶାସନର ସଫଳତା ର ଏକ ଏକ ବିନ୍ଦୁକୁ ବିସ୍ତୃତ ଭାବେ ସେ ବର୍ଣ୍ଣନା କରିଥିଲେ । କଟକ ଜିଲ୍ଲାର ସାଂସଦ ପ୍ରାର୍ଥୀ ଶ୍ରୀ ପ୍ରକାଶ ମିଶ୍ର କାର୍ଯ୍ୟକ୍ରମ ରେ ଉଦଘାଟନ ଭାଷଣ ଦେଇଥିଲେ। ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ଦିଲ୍ଲୀପ ମଲ୍ଲିକ,ରାଜ୍ୟ ମାଇନରଟି ମୋର୍ଚ୍ଚା ସଭାପତି ଶ୍ରୀ ସିକନ୍ଦର ଅଲ୍ଲୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିନୋଦ ଦାସ,ପ୍ରହଲ୍ଲାଦ ଖଣ୍ଡେଲୱାଲ,ସୌରଚନ୍ଦ୍ର ମହାପାତ୍ର,ଶ୍ରୀ ଶ୍ରିତମ ଦାସ,ଜିଲ୍ଲା ସାଧାରଣ ସମ୍ପାଦକ ବିବେକା ନନ୍ଦ ନାୟକ, ବୈଦେଶ୍ୱର ପଣ୍ଡା,ଉପସଭାପତି କଳ୍ପନା ପଟନାୟକ,ସ୍ୱାଧୀନଚେତା ମହାନ୍ତି,ଭାଗିରଥୀ ଦଳାଇ, ରତନ ମହାନ୍ତି,ମିଲନ ବଡୁ,ସ୍ମୃତିରଞ୍ଜନ ମିଶ୍ର, ଜୟ କୃଷ୍ଣ ସ୍ୱାଇଁ, ଅମିତ ମିତ୍ର, ସୋନିଆ ଶର୍ମା, ସୁଧୀର ଶତପଥି, ,କୃଷକ ମୋର୍ଚ୍ଚା ସଭାପତି ପୂର୍ଣଚନ୍ଦ୍ର ଜେନା, ମାଇନରଟି ମୋର୍ଚ୍ଚା ସଭାପତି ଶ୍ରୀ ମହମ୍ମଦ ସବୀର,ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସ,ମହିଳା ମୋର୍ଚ୍ଚା ସଭାପତି ପ୍ରବୀଣା ମହାପାତ୍ର, ମଣ୍ଡଳ ସଭାପତି ଦେବାନନ୍ଦ ସିଂ,ପୁଷ୍ପିତା ମହାପାତ୍ର ,ମାନସ ମହାନ୍ତି,ପ୍ରମୋଦ ଓଝା,ଶ୍ୟାମ ସୁନ୍ଦର ସାହୁ,ଦେବାଶିଷ ଘୋଷ,ଅମିତ ମିତ୍ର, ଅମ୍ବିକା ଦାସ,ଦୀପାୟନ ପଟ୍ଟନାୟକ,ପ୍ରବୋଧ ବଡ଼ପଣ୍ଡା,ପୌରନମାସି ମହାପାତ୍ର,ପୁରନେନ୍ଦୁ ମହାନ୍ତି ,ସୌମେନ୍ଦ୍ର ପଲେଇ,ସଞ୍ଜୟ ଜେନା,ଜଗଦାନନ୍ଦ ତ୍ରିପାଠୀ, ଧୀର ମହାନ୍ତି, ନମିତା ମିଶ୍ର,ସନ୍ଦୀପ ମହାପାତ୍ର, ସୁଶାନ୍ତ ମହାନ୍ତି, ସୂର୍ଯ୍ୟନାରାୟଣ ବେହେରା, ଯୋଗେନ୍ଦ୍ର ବେହେରା ଆଦି ଶତାଧିକ କର୍ମୀ ଯୋଗଦେଇଥିଲେ।ଆଇ ଟି କୋଡ଼ିନେଟର କୃଷ୍ଣଚନ୍ଦ୍ର ମହାପାତ୍ର ପରିଚାଳନା କରିଥିଲେ,ଧନ୍ୟବାଦ ଦେଇଥିଲେ ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ସତ୍ୟବ୍ରତ ମିଶ୍ର । ଜିଲ୍ଲା ମିଡ଼ିଆ ସଂଯୋଜନା କରିଥିଲେ ସୁବାଷ ମହାନ୍ତି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *