#Breaking News

ଫୁଲବାଣୀ ରେ ବିଶାଳ ଆଇନ ସେବା ଶିବିର


ଫୁଲବାଣୀ -(ସୁନୀଲ ପଟନାୟକ )
ଶନିବାର ଫୁଲବାଣୀ ସ୍ଥିତ ସଭାଗୃହ ଠାରେ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ଏକ ବିଶାଳ ଆଇନ ସେବା ଶିବିର ଅନୁଷ୍ଠିତ ହୋଇଥିଲା l
ଏହି ଅବସର ରେ କନ୍ଧମାଳ ଜ଼ିଲ୍ଲାପାଳ ଡ଼. ବୃନ୍ଦା ଡି ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ସରକାର ଙ୍କ ଦ୍ୱାରା ଗ୍ରାମାଞ୍ଚଳ ର ଗରିବ ଜନସାଧାରଣ ଙ୍କୁ ମାଗଣା ଆଇନ ସେବା ଯୋଗାଇଦିଆଯାଉଛି l ଏହାର ସମସ୍ତେ ସୁଯୋଗ ନେବା ପାଇଁ ପରାମର୍ଶ ଦେଇଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ କନ୍ଧମାଳ ଏସ ପି ଭିନୀତ ଅଗ୍ରୱାଲ, ଜ଼ିଲ୍ଲା ଦୌରା ଜଜସାରଦା ପ୍ରାସାଦ ନାହାକ, ପାରିବାରିକ ଅଦା ଲତସ୍ୱତନ୍ତ୍ର ବିଚାରପତିପ୍ରିତିଲେଖା ବାରିକ, ଏ ଡି ଜେ ଶୁଭ ଦର୍ଶିନୀ ପଟନାୟକ, ସି ଜେଏମ ରଂଜିତା ଜୋତିଶି, ଏ ଏସ ଜେ ଶିବାନୀ ଆଚାର୍ଯ୍ୟ, ଏସ ଡି ଜେ ଏମ ରମାଦେବୀ ସୋରେନ, ଙ୍କ ସମେତ ସମସ୍ତ ବିଚାରପତି, ଲିଗାଲ ଏଡ଼ ର ସ ଚି ବ ପତଞ୍ଜଳି ସାହୁ,ପୋକସ ସ୍ୱତନ୍ତ୍ର ବିଚାରପତି ସମ୍ୟକ ପାତ୍ର ପ୍ରମୁଖ ଯୋଗ ଦେଇ ଆଇନ ର ବିଭିନ୍ନ ଦିଗ ଉପରେ କହିଥିଲେ l ସେହିପରି ,ସ୍ଵେଛାସେଵୀଅଶୋକ ପ୍ରଧାନ , କରୁଣା କର ମଳିକ ପ୍ରମୁଖକାଯ୍ୟକ୍ରମ ରେ ଯୋଗଦେଇସହଯୋଗ କରି ଥିଲେ l
ସେହିପରି ସଚେତନତା ଉଦେଶ୍ୟ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ କ୍ରମ ମାନମଧ୍ୟ ଅନୁଷ୍ଠିତ ହୋଇଥିଲା l
ଏହି ଅବସରରେ ଜଳଛାୟା ବିଭାଗ, ପୌର ସଂସ୍ଥା, ଜ଼ିଲ୍ଲା ସମାଜ ମଙ୍ଗଳ ବିଭାଗ, ଆଇଟିଡିଏ, ଶ୍ରମ ବିଭାଗ, ମଙ୍ଗଳ ବିଭାଗ,ନିୟୋଜନ ବିଭାଗ, ଶିଳ୍ପ, ବିଭାଗ ପକ୍ଷରୁ ସଚେତନ କରିବା ଉଦେଶ୍ୟ ରେ ଷ୍ଟଲ ମାନ ଖୋ ଲାଯାଇଥିଲା l ଏହି ଅବସର ରେ ବିଭିନ୍ନ ସରକାରୀ ଯୋଜନା ରହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିଲା l

Leave a comment

Your email address will not be published. Required fields are marked *