#Uncategorized

ମହିଳା କର୍ମରରୀଙ୍କୁ ନିର୍ଯ୍ୟାତନା ଦେଇ ପ୍ରଧାନଶିକ୍ଷକ ନିଲମ୍ବିତ

ମାଲକାନଗିରି(ଉଲାପ୍ର) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଏଏସି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ରନାଥ ସେଠୀଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପରେ ତାଙ୍କୁ ବୁଧବାର ନିଲମ୍ବିତ କରାଯାଇଛି । ଜିଲା ପ୍ରଶାସନର ତଦନ୍ତ ରିପୋର୍ଟକୁ ଭିତ୍ତିକରି ଓଡ଼ିଶା ଏର୍ସ ଏସ୍ଟି ଉନ୍ନୟନ ବିଭାଗ ଚିଠି ନମ୍ବର ୩୧ ୧୯ , ୧୦ | ୨ | ୨୧ ଅନୁଯାୟୀ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ପ୍ରଧାନ ଶିକ୍ଷକ ସେଠୀଙ୍କ ବିରୋଧରେ ଉକ୍ତ ବିଦ୍ୟାଳୟର ୬ ଜଣ ଶିକ୍ଷୟିତ୍ରୀ , ମହିଳା କିରାଣି , ମାଟ୍ରନ , ଝାଡେନ ଓ ସିସି କର୍ମଶ୍ବରୀ ଅଭିଯୋଗ କରିଥିଲେ । ପ୍ରଧାନ ଶିକ୍ଷକ ସେ ସେମାନଙ୍କୁ ଅଶୁଳ ଭାଷାରେ ଗାଳିଗୁଲଜ କରିବା , ନିଯାତନା ଦେଉଥିବା ଏବଂ ଅନ୍ୟତ୍ର ବଦଳି କରିଦେବା ନେଇ ଧମକ ଦେଉଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରିଥିଲେ । ଜିଲାପାଳ ୱାଇ.ବିଜୟ ଘଟଣାର ତଦନ୍ତ କରିବାକୁ ଗତ ଜାନୁୟାରୀ ୧୬ରେ ଜିଲା ମଙ୍ଗଳ ଅଧିକାରୀ ପ୍ରଦୀପ୍ତ ପଣ୍ଡା ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୌଦାମିନୀ ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉଭୟ ଅଧିକାରୀ ତଦନ୍ତ କରି ଜିଲାପାଳଙ୍କୁ ରିପୋର୍ଟ ଦେଇଥିଲେ । ଏନେଇ ଜିଲା ପ୍ରଶାସନ ସରକାରଙ୍କୁ ଅବଗତ କରାଇଥିଲା । ପରେ ଓଡ଼ିଶା ଏସ୍ ଏସ୍ଟି ଉନ୍ନୟନ ବିଭାଗ ଚିଠି ନମ୍ବର ୩୧ ୧୯ , ୧୦ | 91 ୨୧ ଅନୁଯାୟୀ ପ୍ରଧାନଶିକ୍ଷକ ସେଠୀଙ୍କୁ ନିଲମ୍ବନ କରାଯାଇଛି ।

ମହିଳା କର୍ମରରୀଙ୍କୁ ନିର୍ଯ୍ୟାତନା ଦେଇ ପ୍ରଧାନଶିକ୍ଷକ ନିଲମ୍ବିତ

l

Leave a comment

Your email address will not be published. Required fields are marked *