ବାତ୍ୟାର ୩ ଦିନ ପରେ ବି ଭଦ୍ରକ ଜିଲ୍ଲାର ୧୫୦ରୁ ଉର୍ଦ୍ଧ୍ୱ ଗାଁ ଅନ୍ଧାରରେ

admin | May 23, 2020 | 179 views |0 | Exclusive

ଭଦ୍ରକ: ମହାବାତ୍ୟା ‘ଅମ୍ଫାନ’ ଯୋଗୁଁ ଜିଲ୍ଲାରେ ଭଦ୍ରକ ଜିଲ୍ଲାରେ ବିଶେଷ ଭାବେ ବିଦ୍ୟୁତ୍ ବିଭାଗର ଅଧିକ କ୍ଷତି ହୋଇଛି। ପବନ ଯୋଗୁଁ ୨ ହଜାରରୁ ଉର୍ଦ୍ଧ୍ବ ବିଦ୍ୟୁତ୍ ଖୁଣ୍ଟି ଉପୁଡି ପଡିବା ସହ କିଛି ସ୍ଥାନରେ ଖୁଣ୍ଟି ମଧ୍ୟ ଭାଙ୍ଗି ପଡିଛି। ଅନେକ ସ୍ଥାନରେ ତାର ଛିଡି ଯାଇଛି। ଗଛ ପଡି ତାର ଛିଡି ଯିବା କାରଣରୁ ଦୁଇ ଦିନ କାଳ ଲୋକ ଅନ୍ଧାରରେ ରହିଥିଲେ। ଅବଶ୍ୟ ବାତା ଛାଡି ଯିବା ପରେ ସହରାଞ୍ଚଳରେ ବିଦ୍ୟୁତ୍ ସଂଯୋଗ ଦିଆଯାଇ ପାରିଥିଲା। କିନ୍ତୁ ଜିଲ୍ଲାରେ ୩ ଶହରୁ ଉର୍ଦ୍ଧ୍ବ ଗାଁ ବାତ୍ୟାର ୩ ଦିନ ପର୍ଯ୍ୟନ୍ତ ଅନ୍ଧାରେ ରହିଥିଲେ। ଏବେ ମଧ୍ୟ ଦେଢ ଶହରୁ ଉର୍ଦ୍ଧ୍ବ ଗାଁ ଅନ୍ଧାରରେ ରହିଛି।ଲୋକମାନେ ବିଦ୍ୟୁତ୍ ସେବା ପାଉ ନଥିବାରୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏଇ ଅଞ୍ଚଳରେ ମଧ୍ୟ କିରୋସିନି ଚଢା ମୂଲ୍ୟରେ ବିକ୍ରି କରାଯାଉଛି। ଯାହା ଫଳରେ ଖାଉଟି ଅସୁବିଧାରେ ରହୁଛନ୍ତି। ବାତ୍ୟା ପ୍ରଭାବିତ ଧାମରା ଅଞ୍ଚଳରେ ଅନେକ ଗାଁ ଏବେ ଅନ୍ଧାର ଭିତରେ ରହିଛି। ବିଶେଷକରି ଚାନ୍ଦବାଲି ବ୍ଲକର ଧାମରାର ୮ ପଞ୍ଚାୟତରେ ଥିବା ଗାଁ ଗୁଡିକରେ ଏବେ ମଧ୍ୟ ବିଦ୍ୟୁତ୍ ସଂଯୋଗ ହୋଇପାରି ନାହିଁ। ଧାମରା ଅଞ୍ଚଳର କରଂଜମାଳ, ହୃଦୟପ୍ରସାଦ, ଦୋସିଙ୍ଗା, ଜାଗୁଳା, କଇଥକୋଲା, ଗୌରପ୍ରସାଦ, କରଂଜାଗଡିଆ ଆଦି ଅନେକ ନଈକୂଳିଆ ଗାଁ ଓ ସମୁଦ୍ର ଉପକୂଳ ବର୍ତ୍ତୀ ୪୦ରୁ ଉର୍ଦ୍ଧ୍ବ ଗାଁରେ ବିଦ୍ୟୁତ୍ ସଂଯୋଗ ଦିଆଯାଇ ନାହିଁ।ସେହିପରି ଚାନ୍ଦବାଲି ବ୍ଲକର ଅନେକ ତଳିଆ ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ। ବାସୁଦେବପୁର ବ୍ଲକର ଇରମ ଅଞ୍ଚଳ ଓ ମନ୍ତେଈ ନଦୀ କୂଳବର୍ତ୍ତୀ ଗାଁ ଗୁଡିକ ଏବେ ମଧ୍ୟ ଅନ୍ଧାରରେ ରହିଛି। ଏଇସବୁ ଗାଁକୁ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ନେସ୍କୋ କତ୍ତୃପକ୍ଷ ବିଦ୍ୟୁତ୍ ଖୁଣ୍ଟ ଉଠାଇବା ସହ ଛିଡି ପଡିଥିବା ତାର ସଂଯୋଗ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେହିପରି ଜିଲ୍ଲାରେ ତିହିଡି ବ୍ଲକର କିଛି ଗାଁରେ ମଧ୍ୟ ବିଦ୍ୟୁତ୍ ସଂଯୋଗ ହୋଇ ପାରି ନାହିଁ। ଏଇସବୁ ଗାଁଗୁଡିକରେ ବିଦ୍ୟୁତ୍ ସଂଯୋଗ କରାଯାଇ ଲୋକଙ୍କୁ ବିଦ୍ୟୁତ୍ ଯୋଗାଇ ଦେବାକୁ ଏକ ସପ୍ତାହ ଲାଗି ଯିବ ବୋଲି ଜଣାପଡିଛି।

Share this

Related Posts

ଆରତୀ ପାଇବ ଲାଭ ଲୋକେ ଭୋଗିବେ କଷ୍ଟ,…

Udaya_Labanya | July 28, 2023 | 29 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ କମ୍ପାନୀ ହେଲେ ଲୋକେ ସୁବିଧା ପାଇବେ, ଏହି ଉଦେଶ୍ୟ ନେଇ ସରକାର ଜମି ଯୋଗାଇଦେଲେ ଆଉ ଆରତୀ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲା ଆଠଗଡ ର ଘଣ୍ଟିଖାଲ ଠାରେ, କମ୍ପାନୀ ମହାନଦୀରୁ ପାଣି ନେଲା,…

ଆଠଗଡ ରେ ଖୋଲିଲା ମ୍ୟାନ ଷ୍ଟୋର ର…

Udaya_Labanya | July 16, 2023 | 294 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ ମ୍ୟାନ ଷ୍ଟୋର ର ଏକ ନୂତନ ସୋ ରୂମ ଉଦଘାଟିତ ହୋଇଯାଇଛି, ଏହି ସୋରୁମ ଟିକୁ ଉଦଘାଟନ କରିଥିଲେ ବିଶିଷ୍ଟ କପଡା ବ୍ୟବସାୟୀ ତଥା ଏସ ସ୍କୋୟାର ପ୍ରାଇଭେଟ ଲିମିଟେଡ଼ ର ପରିଚାଳନା ନିର୍ଦେଶକ…

Leave a Reply

Your email address will not be published. Required fields are marked *

Archives

Categories