#Breaking News

ଅସହାୟଙ୍କୁ କମ୍ବଳ ବଣ୍ଟନ

ଢେଙ୍କାନାଳ(ଉଲାପ୍ର)ଧନୁ ସଂକ୍ରାନ୍ତି ଦିନ ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଢେଙ୍କାନାଳ ସହର ସମେତ ପୌରାଞ୍ଚଳ ର ଗଳି କନ୍ଧି ଓ ରାସ୍ତାକଡ ରେ ଭିନ୍ନକ୍ଷମ ଓ ଅସହାୟ ଅବସ୍ଥାରେ ରାତି ବିତାଉଥିବା ନିରାଶ୍ରୟ ଲୋକଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି. ଟ୍ରଷ୍ଟ ର 25 ଜଣ ସଦସ୍ୟ 5ଟି ଟିମ ହୋଇ ସହର ର ବିଭିର୍ନ ସ୍ଥାନରେ ଏହି ସେବା କାର୍ଯ୍ୟ ରେ ନିୟୋଜିତ ହୋଇଥିଲେ ବୋଲି ଟ୍ରଷ୍ଟ ର ଅଧକ୍ଷ ଶିବ ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି.
ଆସନ୍ତା ଜାନୁଆରୀ ମାସ 12ତାରିଖ ରେ ଜାତୀୟ ଯୁବ ଦିବସ ଅବସରରେ ଟ୍ରଷ୍ଟ ତରଫରୁ ସ୍ଥାନୀୟ ଶ୍ରୀରାମ ମଣ୍ଡପ ରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବାକୁ ନିଷ୍ପତି ନିଆଯାଇଛି. ଏହି ମହତ କାର୍ଯ୍ୟ ରେ ରକ୍ତଦାତା ମାନେ ସହଯୋଗ କରିବାକୁ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି.

Leave a comment

Your email address will not be published. Required fields are marked *