#Breaking News

ପଞ୍ଚାୟତ ନିର୍ବାଚନବିଗୁଲ ବାଜିଲା ସ୍ଥାନୀୟ ବିଡିଓଙ୍କ ବଦଳୀ କେବେ ?


ଫୁଲବାଣୀ (ସୁନୀଲ ପଟନାୟକ)
୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିଗଲାଣି। ତ୍ରୀସ୍ତରୀୟ ପଞ୍ଚାୟତ ଭୋଟ ଗ୍ରହଣର ଦିନ ଓ ତାରିଖ ଘୋଷଣା କରିବା ସହ ନିର୍ବାଚନ ଆଚରଣବିଧି ମଧ୍ୟ ଲାଗୁ କଲେଣି ରାଜ୍ୟନିର୍ବାଚନ କମିଶନ ।
ହେଲେ ଜିଲ୍ଲାର ଅଫିସର ଜଣଙ୍କ ବିଡିଓ ଭାବେ ବର୍ତ୍ତମାନ ଅବସ୍ଥାପିତ ଥିଲେ ମଧ୍ୟ ତାଙ୍କୁ
ଜିଲ୍ଲା ବାହାରକୁ ବଦଳୀ କରାଯାଇନି ଏଯାଏ।
ତେବେ ପୂର୍ବରୁ ଦାରିଙ୍ଗବାଡି ବିଡିଓ ଭାବେ ମାସ କେଇଟା ରହିଥିବା କଳାକୃଷ୍ଣ ପ୍ରଧାନ ଓ ଜିଉଦୟଗିରୀ ବିଡିଓ ବିଜୟ ପ୍ରଧାନଙ୍କୁ ମଧ୍ୟ କନ୍ଧମାଳରୁ ଅନ୍ୟ ଜିଲ୍ଲାକୁ ବଦଳୀ କରାଯାଇଥିବାବେଳେ ବର୍ତ୍ତମାନ ତୁମୁଡିବନ୍ଧ ବିଡିଓ ରୀନା ପ୍ରଧାନଙ୍କୁ ପୋଡ଼ଶୀ ବୌଦ୍ଧ ଜିଲ୍ଲା କଣ୍ଟ । ମାଳ ତହସିଲ ଦାର ଭାବେ ବଦଳୀ କରାଯାଇଛି । ମୁଖ୍ୟ ନିର୍ବାଚନ କମିଶନର ଆପୁଭକରିବାପରେ ସରକାର ଚି ଠିନଂ-୭୧୮୯ ତା-୭/୧୨ ରେ ବଦଳୀ କରିଛନ୍ତି । ଉକ୍ତ ସ୍ଥାନରେ ସ୍ଥାନୀୟ ଅଞ୍ଚଳର ତହସିଲଦାର ଥିବା ମହିଳା ପ୍ରଶାସନିକଅଧିକାରି ଏମ.ଅନୁରାଧାଙ୍କୁ ଅତିରିକ୍ତ ଭାବେ ବିଡିଓ ଦାୟୀତ୍ଵ 6 ର ରହିବାଲାଗି ନିର୍ଦ୍ଦେଶ ଦେଇଛନ୍ତି ।
ହେଲେ ଖଜୁରୀପଡ଼ା ବ୍ଳକରେ ଅବସ୍ଥାପିତ ବିଡିଓ ସ୍ଥାନୀୟ ଅଞ୍ଚଳ ତଥା ଫରିଙ୍ଗିଆ ବ୍ଳକରେ କୁଆଡେ ତାଙ୍କର ଘର । ସେ ବି
କୁଆଡେ ଆଗକୁ ରାଜନିତୀ କରିବାଲାଗି ମନବଳାଇଥିବା କଥା ସମସ୍ତେ ଆଲୋଚନା ମଧ୍ୟ କରୁଛନ୍ତି। କେବଳ ସେତିକି ନୁହେଁ ବହୁ ଦୁର୍ନିତୀ ଓ ଅନିୟମିତତାରେ ବାବୁ ଜଣଙ୍କ ଛନ୍ଦି ହୋଇପଡିଥିବା ଶୁଣିବାକୁ ମିଳୁଛି । ମୋଟା ଅଙ୍କର ଅର୍ଥ ହେରଫେରନେଇ ବରୀଷ୍ଠ ଅଧିକାରୀଙ୍କ ଦ୍ୱାରା ତଦନ୍ତ ମଧ୍ୟ ଚାଲିଛି ଏହି ବ୍ଲକରେ ।
ଭିଜିଲାନ୍ସର ମଧ୍ୟ ସ୍କାନରରେ ରହିଛି ଏହି ବ୍ଲକ, Iଫଳରେ ଏହିବ୍ଳକରେ ଅବାଧ .ସ୍ଵଚ୍ଛ.ନିରପେକ୍ଷ, ନିର୍ବାଚନ ନେଇ ସନ୍ଦେହ କରିଛନ୍ତି ବିରୋଧୀ ଦଳ । ପ୍ରଶାସନପକ୍ଷରୁ ମଧ୍ୟ ସୂଛନିରପେକ୍ଷ ନିର୍ବାଚନ ପାଇଁ ବିଡିଓଙ୍କ ଅନ୍ୟତ୍ର ବଦଳୀ ପାଇଁ ସରକାରଙ୍କୁ ଜଣାଇବା କଥା କିନ୍ତୁ ପ୍ରଶାସନ ପକ୍ଷରୁ ଜଣାଯାଇଛି କି ନାହିଁ ଜଣାପଡିନି ।
ତେବେ ବାବୁଙ୍କ କୁଆଡେ ଶାସକ ଗୋଷ୍ଠୀ ନେତା ଓ ମନ୍ତ୍ରୀଙ୍କ ସହ ଭଲ ସଂପର୍କ ଥିବାରୁ ସେ ଖୁଲମଖୁଲ। ମନଇଛ। କାର୍ଯ୍ୟ ଚଳାଇ ଥିବା ଅଭିଯୋଗ ହୋଇଛି । ଅଧସ୍ତନ କର୍ମଚାରି ମାନଙ୍କୁ ବିଭିନ୍ନ ସମୟରେ ଦୁର୍ବ୍ୟବହାର ମଧ୍ୟ ପ୍ରଦର୍ଶନ କରୁଥିବା ନେଇ ଅଭିଯୋଗ ମାନଶୁଣିବାକୁ ମିଳୁଛି ।
ବିଡିଓଙ୍କ ତୁରନ୍ତ ବଦଳୀ ସହ ଦୁର୍ନିତୀରତଦନ୍ତ
ଦାବୀ କରାଯିବ ବୋଲି ବିଜେପି ଓ କଂଗ୍ରେସ କହିଛି।
ବେଳ ଥାଉ ଆଉ ଏଥି ପ୍ରତି ରାଜ୍ୟ ନିର୍ବାଚନ କମିଶନ,ରାଜ୍ୟ ସରକାର , ରାଜ୍ୟପଞ୍ଚାୟତରାଜ ମନ୍ତ୍ରୀ, ପ୍ରମୁଖଦୃଷ୍ଟିଦେବା ଜରୁରୀ।
ତେବେ ନିର୍ବାଚନ କମିଶନର କି କାର୍ଯ୍ୟ ।ନୁଷ୍ଠାନ ଗ୍ରହଣ କରୁଛନ୍ତି ଆଗାମୀ ଦିନରେ ଜଣାପଡିବା

Leave a comment

Your email address will not be published. Required fields are marked *