#Breaking News

୧୪ ନମ୍ବର ଯୋନରେ କଂଗ୍ରେସ ର ନିର୍ବାଚନ ପ୍ରଚାର ଓ ବାଇକ ରାଲି


ନୂଆପାଟଣା( ଉଲାପ୍ର) ଆଠଗଡ ନିର୍ବାଚନ ମଣ୍ଡଳୀ ର ତିଗିରିଆ ବ୍ଲକ ୧୪ ନମ୍ବର ଯୋନ ରେ କଂଗ୍ରେସ ଜିଲା ପରିଷଦ ପ୍ରାର୍ଥୀ ରବୀନ୍ଦ୍ର କୁମାର ସାହୁଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି କଂଗ୍ରେସ ନେତା ଉମାବଲଭ ରଥ,ନୂଆପାଟଣା କଳାପାଟ ଠାକୁରାଣୀଙ୍କ ନିକଟରୁ ଏକ ଖୋଲା ନିପ ରେ କଂଗ୍ରେସ ନେତା ଉମାବଲଭ ରଥ ପ୍ରାର୍ଥୀ ରବୀନ୍ଦ୍ର କୁମାର ସାହୁଙ୍କୁ ଧରି ଏକ ରୋଡ଼ ସୋ କରିଥିଲେ,ଏହି ରୋଡ଼ ସୋ ରେ କଂଗ୍ରେସ ନେତା ସରୋଜ ଦାସ,ମେହେବୁବ ଅହମଦ ଖାଁ ପ୍ରମୁଖ ଶତାଧିକ ଯୁବ କଂଗ୍ରେସ କର୍ମୀ ଏକ ବାଇକ ଶୋଭାଯାତ୍ରାରେ ୧୪ ନମ୍ବର ଯୋନ ର ନୂଆପାଟଣା,ଜେମାଦେଇପୁର,ଭୋଗଡ଼ା, ବିନ୍ଧାଣିମା, ତିଗିରିଆ,ପାଞ୍ଚଗାଁ,ସଂପଡ଼ା ପ୍ରଭୁତି ପଞ୍ଚାୟତ ବୁଲି ଜିଲା ପରିଷଦ ଙ୍କ ପାଇଁ ପ୍ରଚାର କରିଥିଲେ,ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତିଗିରିଆ ବ୍ଲକ ରେ କଂଗ୍ରେସ ର ସ୍ଥିତି ଫେରୁଥିବା ପରିଲକ୍ଷିତ କରାଯାଉଛି।

Leave a comment

Your email address will not be published. Required fields are marked *