#Uncategorized

ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦ ରେ ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା


ଫୁଲବାଣୀ -(ସୁନିଲ ପଟନାୟକ) ରାଜ୍ୟ ସରକାର ନିକଟରେ ବିଦ୍ୟୁତ ଦର ବୃଦ୍ଧି କରିଥିବାରୁ ଏହାର ତୀବ୍ର ପ୍ରତିବାଦ କରି ସୋମବାର କନ୍ଧମାଳ ଜ଼ିଲା କଂଗ୍ରେସ ପକ୍ଷରୁ ଜ଼ିଲ୍ଲା ସଭାପତି ଅନାମ ନାୟକ ଓ ଘନ କୁମାର ଶବର ଙ୍କ ନେତୃତ୍ୱ ରେ ଜଙ୍ଗଲ ବିଭାଗ ରେଞ୍ଜ ସାମନା ବିଦ୍ୟୁତ ବିଭାଗ କାର୍ଯ୍ୟା ଲୟ ସମ୍ମୁଖରେ ଧାରଣାରେ ବସି ଥିଲେ l ଦିନ ଦଶଟା ରୁ ଅପରାହ୍ନ ଦୁଇଟା ଯାଏ କର୍ମୀ ମାନେ ଧାରଣା ରେ ବସିଥିଲେ l
ଏବେ କୋରାନl ମହାମାରୀ ସମୟରେ ଲୋକେ ଜୀବିକା ହରାଇଥିବାବେଳେ ରାଜ୍ୟ ସରକାର ବିଦ୍ୟୁତ ଦର ବଢାଇବା କେତେ ଦୂର ଯୁକ୍ତି ଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ଜ଼ିଲ୍ଲା ସଭାପତି ଅନାମ ନାୟକ ଓ ଆଇ ଏନ ଟି ଇଉ ସି ନେତା ତଥା ଏ ଆଇ ସି ସି ସଦସ୍ୟ ଘନ କୁମାର ଶବର l
ସରକାର ତୁରନ୍ତ ବର୍ଦ୍ଧିତ ବିଦ୍ୟୁତ ଦର ଯଥା ଶୀଘ୍ର ପ୍ରତ୍ୟା ହାର କରିବାକୁ ଦଳ ଦାବି କରିଛି l
ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ଯୁବ ନେତା ବଳଦେବ ବେହେରା ଉପସ୍ଥି ତ ଥିଲେ l
ରାଜ୍ୟ ସରକାର କୋଭିଡ -19 କଟକଣା ଲାଗୁ କରିଥିବା ରୁ କୋଭିଡ ନିୟମ ମାନି କମ ସଂଖ୍ୟକ ଧାରଣା ରେ ବସିଥିଲେ l

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *