#Breaking News

ଜି. ଉଦୟ ଗିରି ରେ ବିଜେପି ର ଯୋରଦାର ପ୍ରଚାର


ଫୁଲବାଣୀ -12/3(ସୁନୀଲ ପଟନାୟକ )
ପୌର ନିର୍ବାଚନ ପାଇଁ ଜମିଲାଣି ପ୍ରଚାର, ପ୍ରଚାର ରେ କମ୍ପୁଛି ବଜାର ଘାଟ l ଜି. ଉଦୟଗିରି ପୌରଧ୍ୟକ୍ଷ ପଦବୀ ନିର୍ବାଚନ ପାଇଁ ଏବେ ତିନ ପ୍ରମୁଖ ଦଳ ସମେତ ସ୍ବା ଧୀନ ପାର୍ଥୀ ଙ୍କୁ ମିଶାଇ ୮ ଜଣ ପୌର ଅଧ୍ୟକ୍ଷ ମୈଦାନରେ ଅଛନ୍ତି l ୨ 0୧ ୩ ରେ ବିଜେଡି ପୌର ପରିଷଅ ଧ୍ୟ କ୍ଷ ଓ ଉପାଧ୍ୟକ୍ଷ ପଦବୀ ବିଜେଡ଼ି ହାତରେ ଥିଲା l
ତେଵେ ଏଥର କିଏ ମାରିବ ବାଜି ତା ଉପରେ ରହିଛି ସମସ୍ତଙ୍କ ନଜର l

କନ୍ଧମାଳ ଜ଼ିଲ୍ଲା ଜି. ଉଦୟଗିରି ରେ
ପୌର ନିର୍ବାଚନ ଭୋଟ ଗ୍ରହଣ ତାରିଖ ଯେତିକି ପାଖେଇ ଆସୁଛି ସବୁଦଳ ର ପ୍ରଚାର ସେତିକ ସରଗରମ ହେଉଛି lତେଵେ ପ୍ରଚାର ରେ ଅଛନ୍ତି ୩ ପ୍ରମୁଖ ଦଳ l
ଜି. ଉଦୟଗିରି ରେ ବିଜେପି ପ୍ରଚାର ରେ ଢେର ଆଗୁଆ ଅଛି, ପଛକୁ ବିଜେଡି ଓ ତା ପଛରେ କଂ ଗ୍ରେସl

ପୌର ନିର୍ବାଚନ ପାଇଁ ଜି. ଉ ଦୟ ଗିରି ରାଜନୀତି ସରଗରମ lପ୍ରଚାର ରେ ଦୁଲୁକୁଛି ଜି. ଉଦୟ ଗିରି ସହର lବିଜେଡି, ବିଜେପି ଓ କଂଗ୍ରେସ ତିନି ପ୍ରମୁଖ ଦଳ ଶୋଭାଯାତ୍ରା କରି ଭୋଟ ହାତେଇବା ଲାଗି ଜୋରଦାର କସରତ ଚଳାଇଛନ୍ତି lବିଜେପି ପକ୍ଷରୁ ସୁସ୍ମିତା ଜେନା ତାଙ୍କ ସମଥକ ଙ୍କୁ ନେଇ ପ୍ରଚାର କୁ ଜୋରଦାର କରିଛନ୍ତି l
ବିଜେଡି ପାର୍ଥୀ ଭାନୁ ପ୍ରଭା ମିଶ୍ର ମଧ୍ୟ ସମର୍ଥକ ଙ୍କୁ ଧରି ବଜାର ଘାଟ ବୁଲି
ଭୋଟ ଭିକ୍ଷା କରୁଛନ୍ତି l
ସେହି ପରି କଂଗ୍ରେସ ପକ୍ଷରୁ ମଧୁ ଲୀନା ଡିଗାଲ ମଧ୍ୟ ସମର୍ଥକ ଙ୍କୁ ଧରି ପ୍ରଚାର ମୈଦାନ କୁ ଓଲହାଇ ଛନ୍ତି l
ସ୍ୱାଧୀନ ପ୍ରାର୍ଥୀ ଭାବେ ପୂର୍ବତନ ନଗରପାଳ ସଂଜୀବ ପାତ୍ର ଙ୍କ ପତ୍ନୀମିତା ରାଣୀ ପାତ୍ରଙ୍କ ସମେତ ଅନ୍ୟମାନେ ମଧ୍ୟ ପ୍ରଚାର କୁ ଓଲହାଇ ଛନ୍ତି l
ସମସ୍ତ ପ୍ରାର୍ଥୀ ଙ୍କ ଗୋଟିଏ କଥା ସହର ର ବିକାଶ କରିବା ହିଁ ଆମର ମୂଳ ଲକ୍ଷ ବୋଲି କହୁଛନ୍ତି l
ବିଜେଡି ହାତରେ ପୌର ପରିଷଦଦୀର୍ଘ ବର୍ଷ ଧରି ଥିଲେ ମଧ୍ୟ ସହର ରେ କୌଣସି ବିକାଶ ହୋଇନି କେବଳ ଦୁର୍ନୀତି ବେଶୀ ହୋଇଥିବା ବିଜେପି ପ୍ରାର୍ଥୀ ସୁସ୍ମିତା ଅଭିଯୋଗ କରିଛନ୍ତି l ଏଣୁ ବିଜେପି କୁ ଥରେ ମାତ୍ର ଭୋଟ ଦେଇ ଦେଖନ୍ତୁ ଆଉ ବିକାଶ କଣ ସହରବାସୀ ଅନୁଭବ
କରନ୍ତୁ ବୋଲି ସୁସ୍ମିତା କହିଛନ୍ତି l
ସେହିପରି ବିଜେଡି ସମୟରେ ବିକାଶ ହୋଇଛି ପୂଣି ଥରେ କ୍ଷମତାକୁ ଆସିଲେ ବାକି ଥିବା କାମ କରାଯୀବ ବୋଲି ଭାନୁ ପ୍ରଭା କହିଛନ୍ତି l

୧୩ ଟି ୱାର୍ଡ କୁ ନେଇ ଜି ଉଦୟଗିରି
ଏନ ଏ ସି ଗଠିତ l ପୌର ନିର୍ବାଚନ ରେ ୮ ହଜ଼ାର ୧୮୫ ଭୋଟରସିଧା ସଳଖ ଅଧ୍ୟକ୍ଷ ପଦବୀ ବାଛିବେ l
ଜି. ଉଦୟ ଗିରି ସହର ର ପ୍ରମୁଖ ସମସ୍ୟା ହେଉଛି ଡ୍ରେନେଜ ସମସ୍ୟା,
ଅସରାଏ ବର୍ଷ l ହେଲେ ସହରରେ ଦେଖିବାକୁ ମିଳେ କୁତ୍ରିମ ବନ୍ୟl l

ସେହିପରି, ପାନୀୟ ଜଳ ସମସ୍ୟା, ଟ୍ରାଫିକ ସମସ୍ୟା, ଜମି ପଟା ସମସ୍ୟା, ବସ ଷ୍ଟାଣ୍ଡ ଆଦି ଅନେକ ସମସ୍ୟା ରହିଛି ଯାହା କି ନ କହିଲେ ଭଲ l ଏସବୁ ସମସ୍ୟା ର ସମାଧାନ ଯିଏ କରିବ ଭୋଟର ସେଇ ଦଳ ର ପ୍ରାର୍ଥୀ ଙ୍କୁ ଭୋଟ ଦେବେ ବୋଲି କହିଛନ୍ତି ବୁଦ୍ଧିଜୀବି l
ତେଵେ କାହାର ପଲl ଭାରି ଆଉ କାହା ସପକ୍ଷରେ ଜନମତ ରହିଛି ଆଗକୁ ଜଣାପଡିବ l

Leave a comment

Your email address will not be published. Required fields are marked *