#Breaking News

ସୋହେଲା ବ୍ଲକ କୁ ସମ୍ପୁର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ଗତ ବିକ୍ଷୋଭ ପ୍ରଦର୍ଶନ


ବରଗଡ଼ (ଉଲାପ୍ର)
ସୋହେଲା ବ୍ଲକ କୁ ସମ୍ପୁର୍ଣ୍ଣ ମରୁଡ଼ି ଘୋଷଣା, ଚାଷୀ ଙ୍କ ସମ୍ପୁର୍ଣ୍ଣ ଋଣ ଛାଡ,ଚାଷ ପାଇଁ ଦିଆଯାଉଥିବା ବିଜୁଳି ବିଲ୍ ଛାଡ଼, କେନ୍ଦ୍ର ସରକାର ଙ୍କ ଦ୍ଵାରା ପ୍ରଦତ୍ତ ୩ କୃଷି ବିଲ୍ ପ୍ରତ୍ୟାହାର ଆଦି ୮ ଦଫା ଦାବିରେ ଆଜି ଜୟ କିଷାନ ଆନ୍ଦୋଳନ, ସୋହେଲା ବ୍ଲକ ଶାଖା ପକ୍ଷରୁ ସୋହେଲା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଅନାବୃଷ୍ଟି ଯୋଗୁଁ ସୋହେଲା ବ୍ଲକ ରେ ସମ୍ପୁର୍ଣ୍ଣ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଧାନ ଛଡ଼ା ଏ ଅଞ୍ଚଳରେ ମୁଗ,ବିରି, ଚିନାବାଦାମ ଆଦି ଫସଲ ମଧ୍ୟ ଚାଷ କରାଯାଏ। ଯାହାକି ଅନାବୃଷ୍ଟି ଯୋଗୁଁ ଉଜୁଡି ଯାଇଛି। ଗତ ଦେଢବର୍ଷ ହେବ କରୋନା ମହାମାରୀ କଟକଣା ଯୋଗୁଁ ପନିପରିବା, ଦୁଗ୍ଧ ଆଦି ଉତ୍ପାଦକୁ ଚାଷୀ ମାନେ ଶସ୍ତା ଦରରେ ବିକ୍ରୀ ତଥା ଅବିକ୍ରି ଯୋଗୁଁ ଚାଷୀ ଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ଅପରପକ୍ଷରେ ଏହି ବ୍ଲକ ଅଞ୍ଚଳ ରେ ଚାଷୀ ଓ ଚାଷ ର ଉନ୍ନତି ପାଇଁ କୈାଣସି ଆଖି ଦୃଶିଆ ପଦକ୍ଷେପ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କରିପାରିନାହାନ୍ତି ବୋଲି ଚାଷୀ ନେତା ମାନେ ବିକ୍ଷୋଭ ସଭାରେ ଅଭିଯୋଗ କରିଥିଲେ। ଶେଷରେ ରାଜ୍ୟ ସରକାର ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ସୋହେଲା ତହସିଲଦାର ଙ୍କୁ ପ୍ରଦାନ କରାଯାଇଥିଲା। ଜୟ କିଷାନ ଆନ୍ଦୋଳନ ର ସୋହେଲା ବ୍ଲକ ଶାଖା ସଭାପତି ସୁରେନ୍ଦ୍ର ମେହେର ଏବଂ ସରୋଜ ବାରିକ୍ ଙ୍କ ନେତୃତ୍ବରେ ଚାଷୀ ନେତା ଲିଙ୍ଗରାଜ, ରମେଶ ମହାପାତ୍ର,ହର ବନିଆ ପ୍ରମୁଖ ବହୁ ଚାଷୀ ନେତା ସାମିଲ ଥିଲେ।

Leave a comment

Your email address will not be published. Required fields are marked *