#Breaking News

ଚଷା ଆଁରା ଗ୍ରାମରେ କଂଗ୍ରେସ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ

ତିଗିରିଆ ବ୍ଲକ ଅନ୍ତର୍ଗତ ପୁରୁଣା ତିଗିରିଆ ପଞ୍ଚାୟତ ର ସମ୍ପୂର୍ଣ୍ଣ ଜଳବନ୍ଦୀ ଚଶାଆଁରା ଗ୍ରାମକୁ ଆଜି ଭୁବନେଶ୍ଵର ନୀଳାଦ୍ରି ବିହାର ସ୍ଥିତ ଶ୍ରୀରାମ ସେବା ସଂଘ ତରଫରୁ ଖେଚୁଡ଼ି ରନ୍ଧନ କରି ଗ୍ରାମବାସୀଙ୍କୁ ବଣ୍ଟନ କରିଥିଲେ, ତା ସହ
ପିଇବାପାଣି ବୋତଲ ଓ ବିସ୍କୁଟ ପ୍ରଦାନ କରିଥିଲେ। ଶ୍ରୀରାମ ସେବା ସଂଘ ସହ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଯୋଗାଯୋଗ କରି ସେମାନଙ୍କୁ ଚଶାଆଁରା ଗ୍ରାମକୁ ନେଇ ଯାଇଥିଲେ। ଗ୍ରାମବାସୀ ଙ୍କ ଆଗ୍ରହ ଓ ଶୃଙ୍ଖଳିତ ବ୍ୟବସ୍ଥା କୁ ସଂଘ ପକ୍ଷରୁ ପ୍ରଶଂସା କରାଯାଇଥିଲା।


ପ୍ରତ୍ୟେକ ବର୍ଷ ଏହିପରି ବନ୍ୟା ଫଳରେ ଚାଷ ସମ୍ପୂର୍ଣ୍ଣ ଭାବରେ ଉଜୁଡି ଯାଉଛି, ଚାଷ ର ସମ୍ପୂର୍ଣ୍ଣ କ୍ଷତିପୂରଣ ମିଳୁ ନ ଥିବା କଥା ଗ୍ରାମବାସୀ ମାନେ କହିଥିଲେ। ମହାନଦୀ ରୁ ଏକ ବୋରିଂ କରି ମୌଜା ର ବିଲ କୁ ଜଳଯୋଗାଣ ସରକାର ବ୍ୟବସ୍ଥା କରିଦେଲେ ଚାଷୀମାନେ ଖରା ଦିନରେ
ଡାଳୁଅ ଫସଲ କରି ଭଲରେ
ବଞ୍ଚି ଯାଇପାରନ୍ତେ ବୋଲି ଗ୍ରାମବାସୀ କହିଥିଲେ।
ଶ୍ରୀରାମ ସେବା ସଂଘ ର ପ୍ରତିନିଧି ମାନେ ଏକ ମୋଟର ବୋଟ ରେ ଚଶାଆଁରା ଗ୍ରାମକୁ ଯାଇଥିଲେ। ସଂଘ ର ପ୍ରତିନିଧି ମାନଙ୍କ ମଧ୍ୟରେ ଶରତ ଚନ୍ଦ୍ର ଜେନା , ରାଧାକାନ୍ତ ନାୟକ ,ଶଶାଙ୍କ ଶେଖର ସାହୁ ରମେଶ ଚନ୍ଦ୍ର ଚାନ୍ଦ, ନରେନ୍ଦ୍ର ସାହୁ ,ପ୍ରମୋଦ କୁମାର ରାଉତ , କୈଳାଶ ଚନ୍ଦ୍ର ସ୍ୱାଇଁ , ଉମେଶ କୁମାର ରଥ ,ଶକୁନ୍ତଳା ବେହେରା, କମଳା ମିଶ୍ର ଙ୍କ ସମେତ ଆଠଗଡ଼ ରୁ ଯୁବ ସମାଜସେବୀ ପ୍ରଶାନ୍ତ ବେହେରା, ସମ୍ବିତ ଦଳେଇ, ସଞ୍ଜୟ ପ୍ରଧାନ ଓ ସୁରେଶ ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ। ସ୍ଥାନୀୟ ସରପଞ୍ଚ ପ୍ରତାପ ଜେନା ଉପସ୍ଥିତ ରହି ଖାଦ୍ୟ ବଣ୍ଟନ ଓ ଶୃଙ୍ଖଳିତ ପରିଚାଳନା କରିଥିଲେ।

Leave a comment

Your email address will not be published. Required fields are marked *