#Breaking News #Uncategorized

୧୦ବର୍ଷ ହେଲା ଅଧାପ ନ୍ତୁରିଆ ଅବସ୍ଥାରେ ପଡିଛି ରାଜୀବଗାନ୍ଧୀ ସେବା କେନ୍ଦ୍ର


ଫୁଲବାଣୀ- (ସୁନୀଲପଟନୀୟକ) ବର୍ଷେ ଦିବର୍ଷ ନୁହେଁ ଦୀର୍ଘ ୧୦ ବର୍ଷ ହେଲା ଅଧାପନ୍ତ ରିଆ ଅବସ୍ଥାରେ ପଡିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଅନ୍ତର୍ଗତ ପସରା ପଞ୍ଚାୟତରେ ରାଜି ବ ଗାନ୍ଧୀ ସେବା କେନ୍ଦ୍ ନିର୍ମାଣ କାର୍ଯ୍ୟ।
କେବେ ସରିବ ସେ ନେଇ ଯନ୍ତ୍ରୀ କିମ୍ବା ସରପଞ୍ଚ କିଛି ସଠିକ ଭାବରେ କହିପାରୁ ନାହାଁନ୍ତି ।
ଗତ ୨୦୧୦/୧୧ରେ କେନ୍ଦ୍ର ସରକାର ସବୁ ପଞ୍ଚାୟତରେ ରାଜିବ ଗାନ୍ଧୀ ସେବା କେନ୍ଦ୍ର ନିର୍ମାଣ କରିବ । ଲାଗି ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁବାନଯୋଗାଇ ଦେଇ ଥିଲେ । ଆଉଟେଣ୍ଡର ମାଧ୍ୟମରେ ଠିକାଦାରମାନଙ୍କୁ ନିର୍ମାଣ କାର୍ଯ୍ୟ କରିବାଲାଗି କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା ହେଲେ ଠିକାଦାର ଜଣଙ୍କ ଅଧାପନ୍ତୁରିଆ ଅବସ୍ଥାରେ ନିର୍ମାଣକାମ ପକାଇ ରଖିବା ଫଳରେ ସରକାରଙ୍କ ଲକ୍ଷ୍ୟ ସାଧିତ ହୋଇ ପାରୁନି । ଅର୍ଦ୍ଧ ନିର୍ମିତ ଘରେ ଏବେ ଅନାବନା ଗଛ ପତ୍ର ଉଠି ଲଟାବୂଦାରେ ଭର୍ତ୍ତୀ ହୋଇ ଗଲାଣି। କାନ୍ଥ ସବୁ ମଧ୍ୟ ଖର।ବର୍ଷାରେ ନଷ୍ଟ ହେଇ ଗଲାଣି। କେତେବେଳେ ଯେ ଭୁଷୁଡି ପଡିବ ଏ କଥା କିଏ କହିବ? ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା କେବଳ ପାଣିରେ ପଡିବାହିଁ ସାର ହେବ। ଗ୍ରାମ ପଞ୍ଚାୟତରେ ବୈଠକ କରିବା , ଓ ଆବଶ୍ୟକସ୍ଥଳେ ଅଫିସ କାର୍ଯ୍ୟ କରିବା ଉଦ୍ଦେଶ୍ୟ ରେ କେନ୍ଦ୍ରସରକାର ରାଜୀବ ଗାନ୍ଧି ସେବାକେନ୍ଦ୍ରମାନ ପ୍ରତିଷ୍ଠା କରିଥିଲେ।
ତେବେ ଚକାପାଦ ବ୍ଲକର ପସରା କେବଳ ଗୋଟିଏ ପଞ୍ଚାୟତ ନୁହେଁ ଜିଲ୍ଲା ର ଦାରିଙ୍ଗବାଡି ,କୋଟଗଡ଼,ଜିଉଦୟଗିରି,କନୁଆଁ ଗାଁ ,ରାଇକିଆ, ଆଦି କେତେକ ବ୍ଳକରେ ପାଖାପାଖି ୨୦ରୁ ଉର୍ଦ୍ଧ୍ଵ ରାଜିବ ଗାନ୍ଧି ସେବାକେନ୍ଦ୍ର ଗୃହ ଅଧାପନ୍ତରିଆ ଅବସ୍ଥାରେ ପଡିଛି । ପୂର୍ବରୁ ଗଣମାଧ୍ୟମରେ ବାରମ୍ଵାର ପ୍ରକାଶ ପାଇବାପରେ ଦୀର୍ଘବର୍ଷ ଧରି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ିଥିବା କେତୋଟି ଗୃହକାର୍ଯ୍ୟ କୁ ପ୍ରଶାସନ ପକ୍ଷରୁ ଅତିରିକ୍ତ ଅର୍ଥ ଅନୁଦାନପ୍ରଦାନ କରିସଂପୂର୍ଣ୍ଣ କରାଯାଇଥିଲା। ହେଲେ ଆଉ କିଛି ଗୃହକାର୍ଯ୍ ଏବେ ବି ପଡିଛି।
ଏଣୁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଅଧାପନ୍ତରିଆ ଅବସ୍ଥାରେ ଦୀର୍ଘ ୧୦ ବର୍ଷ ହେଲା ପଡିଥିବା ରାଜିବ ଗାନ୍ଧୀ ସେବା କେନ୍ଦ୍ର ଘର କ।ମଗୁଡିକ ଶିଘ୍ର ସାରିବା ଦିଗରେ ଦୃଷ୍ଟିଦେବା ଲାଗି ଦାବୀ ହେଉଛି ।।

Leave a comment

Your email address will not be published. Required fields are marked *