#Breaking News

କନ୍ଧମାଳରେ ଚତୁର୍ଥ ଦିନରେ ୯0୮ ଜଣ ଙ୍କ ପ୍ରାର୍ଥୀପତ୍ର ଦାଖଲ


ଫୁଲବାଣୀ
(ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲା ରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଓ ଜ଼ିଲ୍ଲା ପରିଷଦ ସଭ୍ୟ ପାଇଁ ଚତୁର୍ଥ ଦିନରେ ୯ 0୮ ଜଣ ପାର୍ଥିପତ୍ର ଦଖଲ କରିଛନ୍ତି l
ସେଥିମଧ୍ୟରୁ ୱାର୍ଡ ମେମ୍ବର ଭାବେ
592ଜଣ ପାର୍ଥିପତ୍ର ଦା ଖଲ କରିଥିବାବେଳେ ସରପଞ୍ଚ 172 ଜଣ, ସମିତିସଭ୍ୟ ଭାବେ 128 ଜଣ ପାର୍ଥି ସେମାନଙ୍କ ପାର୍ଥିପତ୍ରଦଖଲ କରିଥିବା ନେଇ ଜ଼ିଲ୍ଲା ପଂଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟ କହିଛନ୍ତି l ତେବେ ଜ଼ିଲ୍ଲା ପରିଷଦ ପାର୍ଥି ଭାବେ ଆଜି16 ଜଣ ପାର୍ଥି ପତ୍ର ଦାଖଲ କରିଥିବା କଥା ଜ଼ିଲ୍ଲା ପଂଚାୟତ ଅଧିକାରୀ ଆଚାର୍ଯ୍ୟ କହିଛନ୍ତି l
ତେବେପାର୍ଥୀମାନେ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ମାନି କମ ସଂଖ୍ୟକ ସମର୍ଥକ ଙ୍କ ସହ ଆସି ପାର୍ଥି ପତ୍ର ଦାଖଲ କରିଥିଲେ l
ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଯେପରି ମୁକ୍ତ, ଅବାଧ, ସ୍ଵଛ ଓ ନିରପେକ୍ଷ ହେବ ସେଥିପାଇଁ ଜ଼ିଲ୍ଲାପାଳ, ବିଡ଼ିଓ ଓ ଜ଼ିଲ୍ଲା ପଂଚାୟତ ଅଧିକାରୀ, ପ୍ରମୁଖ ସତର୍କ ଦ୍ରୁଷ୍ଟି ଦେଉଥିବା ଦେଖିବାକୁ ମିଳିଛି l
ସେହି ପରି ଆଜି ଯାଏ ସରପଞ୍ଚ, ସମିତି ସଭ୍ୟ, ଜ଼ିଲା ପରିଷଦ ସଭ୍ୟ, ଓ ୱାର୍ଡ ସଭ୍ୟ ଲାଗି ମୋଟ 2126 ଜ ଣ ଜିଲ୍ଲାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l

Leave a comment

Your email address will not be published. Required fields are marked *