
ଭଦ୍ରକ: ସଟଡାଉନ ହଟିଲା, ସାମାଜିକ ଦୂରତାକୁ ଭୁଲିଗଲେ ଲୋକେ
admin | April 26, 2020 | 57 views |0 | Exclusive
୧୮ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍, ୧୦ ଦିନରେ ୧୫ ଶହ ରକ୍ତ ନମୁନା ସଂଗ୍ରହ
ଭଦ୍ରକ: ଜିଲ୍ଲାରେ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭଦ୍ରକ ଜିଲ୍ଲାରେ ଆତଙ୍କ ଖେଳିଥିଲା। ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଭଦ୍ରକ ଜିଲ୍ଲାକୁ ୬୦ ଘଣ୍ଟିଆ ସଟ୍ ଡାଉନ୍ ଘୋଷଣା କରିଥିଲେ। ଆଜି ସକାଳ ୧୦ଟାରେ ଏଇ ସଟ୍ ଡାଉନ୍ ନିୟମ ଉଠାଇ ଦିଆଯାଇଥିଲା। ସଟ୍ ଡାଉନ୍ ଉଠିବା ପରେ ଲୋକମାନେ ହାଜର ହାଜର ସଂଖ୍ୟାରେ ମାଡି ଆସିଥିଲେ ଭଦ୍ରକ ସହର ଭିତରକୁ । ଏଭଳି ଗହଳି କରିଥିଲେ ଯେ, ଶେଷରେ ଲୋକେ ସାମାଜିକ ଦୂରତା ଭୁଲି ଯାଇଥିଲେ। ଭଦ୍ରକରେ ଏବେ ମଧ୍ୟ ଲକ୍ ଡାଉନ୍ ନିୟମ ବଳବତ୍ତର ରହିଛି।ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଏଇ ନିୟମ ରହିଥିବା ବେଳେ ଲୋକେ କିନ୍ତୁ ଏହାକୁ ମାନିବାକୁ ପ୍ରସ୍ତୁତ ନଥିଲେ। ପ୍ରଶାସନ ଏଭଳି ଘଟଣାରେ ସଂପୂର୍ଣ୍ଣ ନାଚାର ହୋଇପଡିଥିଲେ। ତିନି ଦିନର ଗୃହ ବନ୍ଦୀ ରହିବା ପରେ ଲୋକେ ଏକ ରକମ ଅଣନିଶ୍ବାସୀ ହୋଇପଡିଥିଲେ। ସଟ୍ ଡାଉନ୍ ଉଠିବା ପରେ ଆଉକେହି କାହାକୁ ମାନିବାକୁ ପ୍ରସ୍ତୁତ ନଥିଲେ। କିଏ ରାସନ ସାମଗ୍ରୀ ପାଇଁ ତ, ଆଉ କିଏ ମେଡିସିନ୍ ପାଇଁ ଔଷଧ ଦୋକାନକୁ ଦୌଡୁଥିଲା। କିଏ ପୁଣି ପରିବା ମାର୍କେଟ ଓ ମାଛ, ମାଂଶ ଆଉ ଅଣ୍ଡା ଦୋକାନରେ ଭିଡ ଜମାଇ ଦେଇଥିଲେ। ଆଜିର ଭଦ୍ରକ ସହରରେ ଏଭଳି ଅଭାବନୀୟ ପରିସ୍ଥିତି ପ୍ରଶାସନ ଓ ପୁଲିସ ଦୃଷ୍ଟି ନଦେଲେ ଭଦ୍ରକର ପୁଣିସ୍ଥିତି ଆଗାମୀ ଦିନରେ ପୁଣି ବିଗିଡି ଯିବାର ସମ୍ଭାବନା ରହିଛି।
ବାସୁଦେବପୁର ବ୍ଲକ, ତିହିଡି ବ୍ଲକ, ଧାମନଗର ବ୍ଲକ ଓ ଭଣ୍ଡାରିପୋଖରୀ ବ୍ଲକର ମୋଟ ୧୮ ପଞ୍ଚାୟତର ୮୦ ଖଣ୍ଡ ଗାଁ ସପୂର୍ଣ୍ଣ ଭାବେ ସିଲ୍ ରହିଛି। ଏଇ ଅଞ୍ଚଳକୁ ଏବେ ମଧ୍ୟ ଡେଂଜର ଜୋନ୍ ଭାବେ ରଖିଛନ୍ତି। ଏଇସବୁ ଅଞ୍ଚଳରୁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ କଟକର ଅଶ୍ବିନୀ ହସ୍ପିଟାଲରେ ଚିକିତ୍ସିତ ହେଊଥିବା ବେଳେ ୪ଟି ବ୍ଲକରୁ ୧୧ ଶହରୁ ଉର୍ଦ୍ଧ୍ବ ଲୋକଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ପରିକ୍ଷା ପାଇଁ ପଠାଯାଇଛି।