#Uncategorized

ଆଠଗଡର ବିଶିଷ୍ଠ ସ୍ଥପତି, ଚିତ୍ରକର ଶ୍ୟାମ ସୁନ୍ଦର ପଟ୍ଟନାୟକ ପାଇବେ ଚଳିତବର୍ଷର ଇଲାପଣ୍ଡା ପୁରସ୍କାର

ଆଠଗଡ(ଉଲାପ୍ର)ଆଠଗଡ ର ବିଶିଷ୍ଠ ସ୍ଥପତି,ଚିତ୍ରକର ଶ୍ୟାମ ସୁନ୍ଦର ପଟ୍ଟନାୟକ ପାଇବେ ଚଳିତବର୍ଷ ଇମ୍ଫା ତରଫରୁ ଇଲା ପଣ୍ଡା ପୁରସ୍କାର, ପୁରସ୍କାର ବାବଦକୁ ପାଇବେ ଦେଢଲକ୍ଷ ଟଙ୍କା ଓ ସମ୍ମାନ ପତ୍ର, ଆଠଗଡ ରେ ସେ ମୂଷି ଭାଇ ନାମରେ ପରିଚିତ,ଖାରବେଳଙ୍କ ଚିତ୍ରକରି ସେ ଓଡ଼ିଶାରେ ବେଶ ପରିଚିତ ହୋଇଛନ୍ତି,ଖଣ୍ଡଗିରି ରେ ଯୋଉ ଚିତ୍ର ସବୁ ଦେଖୁଛନ୍ତି ତାହା ତାଙ୍କରି ହାତରୁ ଝଲସି ଉଠୁଛି,ବିଶିଷ୍ଟ ସ୍ଥପତି ଶ୍ୟାମ ସୁନ୍ଦର ପଟ୍ଟନାୟକ ଏହି ପୁରସ୍କାର ପାଇବା ପରେ ଉଦୟ ଲାବଣ୍ୟ ସମ୍ବାଦପତ୍ର ଓ ଗଡଜାତ ପରିକ୍ରମା ତରଫରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ।ମୂଷି ଭାଇ ହେଉଛନ୍ତି ଆଠଗଡ ସହରର ରାଧାନାଥ ପୁର ବାସିନ୍ଦା,ସେ ପ୍ରଥମେ ବଡମ୍ବା ହାଇସ୍କୁଲ ରେ କ୍ରାଫ୍ଟ ଶିକ୍ଷକ ଭାବେ ଚାକିରୀ ଜୀବନ ଆରମ୍ଭ କରିଥିଲେ, ପରେ ଭୁବନେଶ୍ବର ରେ ଓଡିଶା ମୁଜିଅମରୁ ସେ ଚାକିରିରୁ ଅବସର ନେଇଥିଲେ,ତାଙ୍କରି ସମୟରେ ଓଡିଶା ମୁଜିଅମ ଏକ ପୂର୍ଣ୍ଣାଙ୍ଗ ମୁଜିଅମ ରେ ପରିଣତ ହୋଇଥିଲା ବୋଲି ସେ କୁହନ୍ତି,ତାଙ୍କର ଅନେକ ଚିତ୍ର ମଧ୍ୟରୁ ସେ ଖାରବେଳଙ୍କ ଚିତ୍ର କରି ବେଶ ସୁନାମ ଅର୍ଜନ କରି ପାରିଛନ୍ତି।

ଆଜିର ରାଶିଫଳ

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *