#Breaking News

ଓଡିଶା ମୋଟର ଚାଳକ ସଂଘ ଲାଇନପଡା ଶାଖା ଉଦଘାଟିତ


ଫୁଲବାଣୀ (ସୁନୀଲ ପଟନାୟକ )
ବୁଧବାର କନ୍ଧମାଳ ଜିଲ୍ଲା ମୋଟର ଚାଳକ ସଙ୍ଘ ର ଲାଇନ ପଡା ଠାରେ ଏକ ନୂତନ ଶାଖା କାର୍ଯାଳୟ ଉଦଘାଟନ କରିଛନ୍ତି, ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଘ ର ସମ୍ପାଦକ ପ୍ରଭାକର ମଲିକ. ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ କାର୍ଯ୍ୟାଳୟ ଗୃହ ଉଦଘାଟନ କରିଛନ୍ତି l
ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲା ସଭାପତି ବାସୁଦେବ କହର,କେଶବ ମଳିକ, କୁସୁମେଣ୍ଡି ପଚାୟତ ର ପୂର୍ବତନ ସରପଞ୍ଚ ଭୁବନେଶ୍ଵର ମଲିକ ପ୍ରମୁଖ ସମ୍ମାନିତ ଅତିଥୀ ଭାବେ ଯୋଗ ଦେଇ ଗାଡ଼ିରେ କାର୍ଯ୍ୟରତ କର୍ମଚାରୀ ଙ୍କ ସ୍ୱାର୍ଥ ହାସଲ ଦିଗରେ ସଙ୍ଘ ଲଢେଇ କରୁଥିବା କହି ଥିଲେ l ସେହିପରି ରାଉଲକେଲା ଶାଖାର ସଭାପତି ସିମାଞ୍ଚଳ ପ୍ରଧାନ, ଉଦୟଗିରି ସଭାପତି କୋମଳ ସାହୁ, ଫିରିଙ୍ଗିଆ ସଭାପତି ଦାରୁନ ନାଏକ. ଟିକାବାଲି ସଭାପତି ରମାକାନ୍ତ ବିଶୋଇ, ଗୁଛାପଡା ସଭାପୋତି ଦ୍ରୋଣ କହର, ଦାରିଙ୍ଗବାଡି ସଭାପତି ବାବୁଲା ପ୍ରଧାନ, ତୁମୁଡିବନ୍ଧ ସଭାପତି ପ୍ରଶାନ୍ତ ପଟ୍ଟନାୟକ. ଜିଲ୍ଲା କୋଷାଦୋଖ୍ୟ ନରେନ୍ଦ୍ର ନାଏକ. ଏମିତି 12 ଟି ବ୍ରାଞ୍ଚ ର ସଭାପତି, ଉପସଭାପତି ମାନେ ବୈଠକ ରେ ଯୋଗ ଦେଇଥିଲେl ଡ୍ରାଇଭର ମାନଙ୍କ ଶ୍ରମ କାର୍ଡ, ଇନ୍ସୁରାନ୍ସ, ବିଭିର୍ଣ୍ଣ ସ୍ଥାନରେ ଫେସଲିଟି ଉପରେ ଓ ସଡ଼କ ଦୁର୍ଘଟଣା ମୁକ୍ତ ଭାରତ ଉପରେ ଅଥି ଥି ମାନେ ଆଲୋଚନାକରିଥିଲେ l ଏଥିରେ ରାଜ୍ୟର ବିଭିନ୍ନ ଅଂଚଳରୁ ଶତାଧିକ ଡ୍ରାଇଭର ଉପସ୍ଥିତ ଥିଲେ, ଏଥିରେ ଲାଇନପଡା ର ଉପସଭାପତି ବିରୁପାକ୍ଷ ନାୟକ. କୋଷାଧ୍ୟକ୍ଷ ସନ୍ୟାସୀ ସାହୁ. ସଂପାଦକ ପ୍ରଦୀପ ନାୟକ, ସମ୍ପାଦକ ଆକାଶ ମଲିକ, ମଣ୍ଟୁ, ସରୋଜ, ବୁଦ୍ଧ, କାର୍ତ୍ତିକ, ବିନୋଦ, ଲିପୁ ସହଯୋଗ କରିଥିଲେ l

Leave a comment

Your email address will not be published. Required fields are marked *