#Breaking News

ୟୁନାଇଟେଡ଼ ସ୍ପୋର୍ଟସ, ବରଗଡ଼ ରାଜ୍ୟ ଫୁଟବଲ ଚାମ୍ପିଅନ


ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ କ୍ଲବ ଫୁଟବଲ ପ୍ରତିଯୋଗିତା ରେ ବରଗଡ଼ ର ୟୁନାଇଟେଡ଼ ସ୍ପୋର୍ଟସ ଦଳ ଚାମ୍ପିଅନ ହୋଇଛନ୍ତି। ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ ଖେଳ ରେ ସ୍ପୋର୍ଟସ ହଷ୍ଟେଲ କଟକ ଦଳକୁ ପରାସ୍ତ କରି ଚାମ୍ପିଅନ ହୋଇଛନ୍ତି। (ଫାଓ) ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶା ଏବଂ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ର ବିଭିନ୍ନ ପଡ଼ିଆରେ ଉକ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏନ ଆର ଆର ଆଇ ପଡ଼ିଆ ରେ ଆୟୋଜିତ ପ୍ରଥମ ସେମି ଫାଇନାଲ ଖେଳ ସ୍ପୋର୍ଟସ ହଷ୍ଟେଲ କଟକ ଦଳ ଓ ଭୁବନେଶ୍ୱର ୟୁନିଟ-୬ କ୍ଲବ ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୨-୦ ଗୋଲରେ ସ୍ପୋର୍ଟସ ହଷ୍ଟେଲ କଟକ ଦଳ ବିଜୟୀ ହୋଇଥିଲେ। ସେହିପରି ୨ୟ ସେମି ଫାଇନାଲ ଖେଳ ସତ୍ୟ ବ୍ରତ ପଡ଼ିଆରେ ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ, ବରଗଡ଼ ଏବଂ ଓଡ଼ିଶା ପୋଲିସ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ବରଗଡ଼ ୧-୦ ଗୋଲରେ ବିଜୟୀ ହୋଇଥିଲେ।

Leave a comment

Your email address will not be published. Required fields are marked *