#Breaking News

ପାଣିରେ ବୁଡ଼ି ଶିଶୁର ମୃତ୍ୟୁ


ଫୁଲ ବାଣୀ- (ସୁନୀଲ ପଟନାୟକ)
ବୁଧବାରକନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୂଆ ପଦର ପଞ୍ଚାୟତର ଲତପଙ୍ଗିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ।
. ବିଲରେ ଥିବା ଖାତ ଭିତରେ ଥିବା ପାଣିରେ ଶିଶୁଟି ବୁଡିଯିବା ଫଳରେ ତାର ମୃ ତ୍ୟୁ ହୋଇଥିଲା।
ସୂଚନାଯୋଗ୍ୟ ଯେ ଗ୍ରାମର ଗ୍ରାମ ସାଥି ବିରାଜ କହଁରଙ୍କ ୩ ବର୍ଷର ସାନ ପୁଅ ତାର ମା ଜମଲିନିଙ୍କ ସହ ବିଲକୁ ଯାଇଥିଲା ।
ମା କାମକରୁଥିବାବେଳେ ଶିଶୁଟି ଜମି ହୁଡା।ରେ ଖେଳୁଥିଲା ଆଉ ଖେଳୁଖେଳୁ ଖାତ ଭିତରେ ପଡିଯାଇଥିଲା। ଦେଖିବାପରେ ମା ଓ ଅନ୍ୟମାନେ ଶିଶୁକୁ ପାଣିରୁ ଉଦ୍ଧାର କରି ଫିରିଙ୍ଗିଆ ଡାକ୍ତରଖାନାକୁ ନେଇଥିଲେ ଓ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।

Leave a comment

Your email address will not be published. Required fields are marked *