#Breaking News

ବଡ଼ ଦିନ ପାଳନପ୍ରସ୍ତୁତି,ସଜେଇ ହେଲାଣି ଚର୍ଚ ବଡ଼ ଦିନ ପୂର୍ବରୁ ପୁଲିସର ଫ୍ଲାଗ ମାର୍ଚ୍ଚ

.

ଫୁଲବାଣୀ – (ସୁନୀଲ ପଟ୍ଟନାୟକ)
ରାତି ପାହିଲେ ବଡ ଦିନ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଲାଣି। ସଜେଇ ହେଲାଣି ଫୁଲବାଣୀ ସମେତ ଜିଲ୍ଲାର ସମସ୍ତ ଚର୍ଚଗୁଡିକ। ଏହି ଦିନକୁ ଖ୍ରୀଷ୍ଟ ଧର୍ମl ବଲମ୍ବୀ ଭାଇଭଉଣୀ ମାନେ ବଡ଼ ଧୁମଧାମରେ ପାଳନ କରିବେlପ୍ରଭୂ
ଯୀଶୁ ଧରା ପୃଷ୍ଠକୁ ଧରାବତରଣ କରିବେ l


ସେଥିପାଇଁ ଫୁଲବାଣୀ ସହର ର କ୍ୟାଥଲିକ ଚର୍ଚ୍ଚ ଓ ବାପିଷ୍ଟ ଚର୍ଚ୍ଚ ସମେତ ସମଗ୍ର କନ୍ଧମାଳ ଜ଼ିଲ୍ଲାରେଚର୍ଚ୍ଚ ଗୁଡିକ ରଙ୍ଗ ବେରଂଗ ଆଲୋକ ମାଳା ସାଙ୍ଗକୁ ଖ୍ରୀଷ୍ଟ ମାସ ଟ୍ରି ଓ ଷ୍ଟାର୍ ଆଦିରେସଜ୍ଜିତ ହୋଇଛି l
ବଡ଼ ଦିନକୁ ଦୃଷ୍ଟି ରଖି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା କରାଯାଉଚି I ଫୁଲବାଣୀ ସମେତ ଜିଲ୍ଲାର ବିଭିନ୍ନ ବ୍ଲକରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି । ସେହିପରି ବିଭିନ୍ନ ଛକରେ ଗାଡ଼ିମଟର ଅଟକାଇ ଯାଂଚ ମଧ୍ୟ କରୁଛି ପୋଲିସ l କନ୍ଧମାଳ ଜିଲ୍ଲା ସବୁ ବର୍ଗର ଲୋକଙ୍କୁ ନେଇ ଏକ ଶାନ୍ତି ବୈଠକ ହୋଇ ଯାଇଥିଲା l କରୋନାକଟକଣା ନିୟମ ମାନିକମ ସଂଖ୍ୟକ ଶ୍ରଦ୍ଧାଳୁ ଚର୍ଚ୍ଚ କୁ ଯିବା ଓ ସାନିଟାଇଜ ସହ ମୁହଁରେ ମାକ୍ସ ପିନ୍ଧିବା ଜରୁରୀ l ଫଳରେ ସରକାରୀ ନିୟମ ମାନି ଏହି ବଡ଼ ଦିନକୁ ଧୁମଧାମରେ ପାଳିବେ ବୋଲି ଖ୍ରୀଷ୍ଟ ଧର୍ମ ଅବଲମ୍ବୀ ମାନେ କହିଛନ୍ତି । l କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି,ରାଇକିଆ, ଉଦୟଗିରି ଆଦି ଏ ସବୁ ବ୍ଲକ ରେ ବଡ଼ ଦିନକୁ ଧୁମଧାମରେ ପାଳନ କରିବା ପାଇଁ ସବୁ ପ୍ରସ୍ତୁତି ସରିଛି ।
ସେହିପରି ବଡ଼ ଦିନ ଯେପରି ଶାନ୍ତିଶୃଙ୍ଖଳାର ସହ ପାଳନ ହେବ ସେଥିପାଇଁ ପୋଲିସ ପକ୍ଷରୁ ସତର୍କ ନଜର ରଖାଯାଇ ଥିବା କନ୍ଧମାଳ ଏସପି ଭିନିତ ଅଗ୍ରୱ୍ୱାଲ କହିଛନ୍ତି ।

Leave a comment

Your email address will not be published. Required fields are marked *