#Breaking News

ଦେବଦୂତ ସାଜିଲେ କର୍କଟ ଇମ୍ୟୁନୋଥେରାପି ବିଶେଷଜ୍ଞ ଡକ୍ଟର ଜମାଲ ଏ ଖାନ

ଭୁବନେଶ୍ୱର(ଉଲାପ୍ର) କ୍ୟାନସର ଆଉ ଦୁଃସାଧ୍ୟ ରୋଗ ହୋଇ ନାହିଁ । ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ଦ୍ବାରା ଏହାର ନିରାକରଣ ସମ୍ଭବ । ଠିକ୍ ଯେମିତି ବୁଲନ୍ଦଶାହର ଏକ ଝିଅ ସାଇମାଙ୍କ କ୍ଷେତ୍ରରେ ହେଲା । ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନିରେ ସାଇମାଙ୍କ ଚିକିତ୍ସାକୁ ନେଇ ଖୁସି ପ୍ରକଟ କରିଛନ୍ତି ବିଶ୍ୱ ପ୍ରସିଦ୍ଧ କ୍ୟାନସର ଇମ୍ୟୁନୋଥେରାପି ବିଶେଷଜ୍ଞ ଡକ୍ଟର ଜମାଲ ଏ ଖାନ । ସେ କହିଛନ୍ତି ଯେ ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ଖୁସି ଯେ ଆଜି ସାରା ବିଶ୍ୱରେ ଲକ୍ଷ ଲକ୍ଷ କର୍କଟ ରୋଗୀ ମୋ ଏବଂ ମୋ ଦଳ ଦ୍ୱାରା ସଫଳତାର ସହ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ସାଇମା ଅନ୍ୟତମ । ଚିକିତ୍ସା ପାଇଁ ବିଭିନ୍ନ ସ୍ଥାନ ବୁଲି ବୁଲି ଆଶା ଛାଡିଦେଇଥିଲେ ସାଇମାଙ୍କ ବାପା ମାଆ । ତା’ପରେ ମୁଁ ଚିକିତ୍ସା ଆରମ୍ଭ କଲି । ସାଇମାଙ୍କ ବାପା ମାଆଙ୍କ କହିବା କଥା ଡକ୍ଟର ଜମାଲ-ଇ-ଖାନ ଚିକିତ୍ସା ଆରମ୍ଭ କରିବା ପରେ ପ୍ରଥମ ସପ୍ତାହରୁ ହିଁ ରୋଗ ଉପରେ ନିୟନ୍ତ୍ରଣ ଆସିବା ଆରମ୍ଭ ହେଲା । ସୁସ୍ଥ ଅନୁଭବ କରିଥିଲେ ସାଇମା । ସାଇମାଙ୍କ ପିତା ଇଫତିଖର ଅହମ୍ମଦ କହିଛନ୍ତି ଯେ ୨୦୧୮ ମସିହାରେ ସାଇମାଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥିଲା । ମୁଣ୍ଡବିନ୍ଧା ହେଉଥିଲା | ସେ ରାତିସାରା ଯନ୍ତ୍ରଣା ଅନୁଭବ କରୁଥିଲେ | ପୁରା ଆଶା ଛାଡିଦେଇଥିଲେ ପରିବାର ଲୋକ । ବର୍ତ୍ତମାନ ସାଇମା ନୂଆ ଜୀବନ ପାଇବା ପରେ ଡକ୍ଟର ଜମାଲ-ଇ-ଖାନ ଓ ତାଙ୍କ ଟିମକୁ ଧନ୍ୟବାଦ ଦେବା ସହ ଜୀବନ ସାରା ଋଣୀ ହୋଇ ରହିବେ ବୋଲି କହିଛନ୍ତି ସାଇମାଙ୍କ ପରିବାର । କ୍ୟାନସରରେ ପୀଡିତ ହେଲେ ଅସହାୟ ହୋଇଯାଇଥାନ୍ତି ରୋଗୀ ଓ ତାର ସଂପର୍କୀୟ । ଅତିକମରେ ୪ରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । କିନ୍ତୁ ଡକ୍ଟର ଜମାଲ-ଇ-ଖାନ ଓ ତାଙ୍କ ଟିମ୍ ଅଳ୍ପ ଖର୍ଚ୍ଚରେ ମାତ୍ର ସପ୍ତାହ ଭିତରେ ସାଇମାଙ୍କ କ୍ଷେତ୍ରରେ ପରିବର୍ତ୍ତନ ଆଣିଥିଲେ । ଆଉ ବର୍ତ୍ତମାନ ମୋ ଝିଅ ଆରୋଗ୍ୟ ହୋଇ ସୁସ୍ଥ ଜୀବନଜାପନ କରୁଛି ବୋଲି ଖୁସୀରେ ଗଦ୍ ଗଦ୍ ହୋଇ କହିଥିଲେ ସାଇମାଙ୍କ ବାପା । ଏଣୁ ତାଙ୍କ ପରିବାରରେ ଖୁସୀର ଠିକଣା ନାହିଁ ।

Leave a comment

Your email address will not be published. Required fields are marked *