#Breaking News #District

କନ୍ଧମାଳ ରେଏଣିକି ଡ୍ରନ ଯୋଗାଇବ ସ୍ଵାସ୍ଥ୍ୟ ସେବା


ଫୁଲବାଣୀ (ସୁନୀଲ ପଟନାୟକ )
ଏଣିକି କନ୍ଧମାଳ ଜିଲାର ଦୁର୍ଗମ ଅଂଚଳ ରେ ବସବାସ କରୁଥିବା ଲୋକଙ୍କୁ. ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି lଜରୁରୀ କାଳୀନ ପରିସ୍ଥିତି ରେ ଦୁର୍ଗମ ଅଂଚଳ ର ରୋଗୀଙ୍କୁ ସେବା ଦେବ ଡ୍ରନ କେମେରା lକନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନାରେ ଡ୍ର ନ ସ୍ୱାସ୍ଥ୍ୟ ସେବା ର ଶୁଭାରମ୍ଭ କରିଛନ୍ତି l ଏହା ରାଜ୍ୟ ର ପ୍ରଥମ ବୋଲି କୁହାଯାଉଛି l ଫଳରେ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି l
ଦୁର୍ଗମ ଅ ଞ୍ଚଳ ରେ ରୋଗୀ ଙ୍କ ରକ୍ତ ନମୁନା ସଂଗ୍ରହ ସହିତ ଖୁବ କମ ସମୟ ମଧ୍ୟରେ ଆବଶ୍ୟକ ଔଷଧ ପହଞ୍ଚାଇବ ଏହି ଡ୍ର ନ କେମେରା l
ସମ୍ପୂର୍ଣ ସ୍ବୟଂଚାଳିତ ଓ ବାତା ନୂକୁଳ ଏହି ଡ୍ର ନ ସମୁଦ୍ର ପତନ ଠାରୁ ଏକ ହଜାର ଉଚରେ ଘଣ୍ଟାକୁ ଶହେ କିଲୋମିଟର ବେଗରେ ଉଡ଼ିପାରିବ ବୋଲି କନ୍ଧମାଳ ସିଡିଏମ ଓ ଡ଼ଃ ମନୋଜ କୁମାର ଉପାଧ୍ୟୟ କହିଛନ୍ତି l
ଏକାଥରେ ଏହି ଡ୍ର ନ ଦେଢ଼ଶହ କିମି ଯାଇପାରିବ lପ୍ରାୟ ଦୁଇ କେଜି ଓଜନ ର ଜିନିଷ ନେବା ଆଣିବା କରିପାରିବା ର କ୍ଷମତା ରହିଛି l
ଏହାକୁ ନିୟନ୍ତ୍ରଣ କରିବା ପାଇଁ ଫୁଲବାଣୀ, ବାଲିଗୁଡା ଓ ତୁମୁଡିବନ୍ଧ ଠାରେ ନିୟନ୍ତ୍ରଣ କକ୍ଷ ରହିଛି l
ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଓ ସ୍ୱାସ୍ଥ୍ୟ ବିଭାଗ ର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

udayalabanya june 25 to july 1

Leave a comment

Your email address will not be published. Required fields are marked *