#Breaking News

ଡିଜେ, ବାଣ ଫୁଟା ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ


ବରଗଡ଼:- ବିବାହ ପ୍ରେଶେସନରେ ମାନୁନାହାନ୍ତି କରୋନା କଟକଣା। ମନ ଇଚ୍ଛା ଡିଜେ ବଜାଇ ବାଣ ଫୁଟାଇ ଧୂମଧାମ୍‌ରେ ନାଚୁଛନ୍ତି ବରଯାତ୍ରୀ। ଡିଜେ ସାଉଣ୍ଡରେ ବରିଷ୍ଠ ନାଗରିକ, ଦୃଦ୍‌ରୋଗ ଆକ୍ରାନ୍ତ ବ୍ୟକ୍ତି, ଛୋଟ ପିଲାଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏନେଇ ଡିଜେ ଓ ବାଣଫୁଟା ନିୟମ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛନ୍ତି। ରାଜଧାନୀରେ ରାତି ୧୦ ପରେ ବିବାହ ଉତ୍ସବରେ ଡିଜେ ବାଜୁଥିବା ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲା ରେ ବାହାଘର ଏବଂ ଅନ୍ୟାନ୍ୟ ଉତ୍ସବ ପାଇଁ ସରକାରୀ କଟକଣା ରହିଛି। ହେଲେ କରୋନା ସ୍ଥିତିରେ ସୁଧାର ଆସିବା ପରେ ସାମାଜିକ କାର୍ଯ୍ୟକ୍ରମ, ବିଶେଷ କରି ବିବାହ ଉତ୍ସବ ପାଇଁ ଅନୁମତି ମିଳିଛି। ଏଥି ସହିତ ରାତି ୧୦ଟା ପରେ କେହି ଡିଜେ ବଜାଇ ପାରିବେ ନାହିଁ କି ବାଣ ଫୁଟାଇ ବୋଲି ନିୟମ ରହିଛି। ହେଲେ ଏହି ନିର୍ଦ୍ଦେଶକୁ ଅବମାନନା କରାଯାଉଥିବା ଅଭିଯୋଗ ହେଉଛି। ଏ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ପୋଲିସ । ନିୟମ ଅବମାନନା କରି ରାତି ୧୦ଟା ପରେ ଡିଜେ ବଜାଉଥିବା ନଜରକୁ ଆସିଲେ ପୋଲିସକୁ ଜଣାଇବାକୁ ଅନୁରୋଧ କରିଛନ୍ତି।

Leave a comment

Your email address will not be published. Required fields are marked *