#Breaking News

ଷଷ୍ଠ ସମଲେଶ୍ୱରୀ ଭଲିବଲ ପ୍ରତିଯୋଗିତା


ବରଗଡ଼(ଉଲାପ୍ର)-ବରପାଲି ବ୍ଲକ ଅନ୍ତର୍ଗତ ସତଲମା ପ୍ରାଥମିକ ବିଦ୍ୟାଳୟ ପରିସରରେ ଷଷ୍ଠ ସମଲେଶ୍ୱରୀ ଭଲିବଳ ଟୁର୍ନାମେଣ୍ଟ ସମଲେଶ୍ୱରୀ ଭଲିବଲ ସଙ୍ଘ ଆନୁକୂଲ୍ୟରେ ଉଦଘାଟିତ ହୋଇଯାଇଛି l ପ୍ରତିଯୋଗିତା କୁ ଯୁବନେତା ସୁମିତ ସାହୁ ଉଦଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସତଲମା ସମିତି ସଭ୍ୟ କୁନାଲ ଭୋଇ , ଶିକ୍ଷା ବିତ୍ ହୃଷିକେଶ ଭୋଇ , ଶଶଧର ସାହୁ ଓ ସୋମନାଥ ମହାପାତ୍ର ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମ କୁ ସୁବୋଧ କୁମାର ପରିଚାଳନା କରିଥିବା ବେଳେ ଚିତ୍ତ ସାହୁ ସହଯୋଗ କରିଥିଲେ l ଏଥିରେ ଆଠୋଟି ଦଳ ଅଂଶଗ୍ରହଣ କରିଥିଲେ l ଫାଇନାଲ ଖେଳ ଲାହୋରସିଂ ( ଛତିଶଗଡ ) ବାଞ୍ଜିପାଲି ( ଅମ୍ବାଭୋନା ) କୁ ପରାସ୍ତ କରିଥିଲା l ଉଦଯାପନୀ ଉତ୍ସବ ରେ ମୁଖ୍ୟଅତିଥି ଭାବରେ ଯୁବନେତା କୁନାଲ ଭୋଇ, ଶସଧର ସାହୁ,ପିତାମ୍ବର ବରିହା, ଆଶିଷ ପଧାନ, ଦିନେଶ ସାହୁ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମ କୁ ସୁବୋଧ କୁମାର ପରିଚାଳନା କରିଥିବା ବେଳେ ଚିତ୍ତରଞ୍ଜନ ସାହୁ ସହଯୋଗ କରିଥିଲେ l ପରିଶେଷରେ ସଂଜୀବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a comment

Your email address will not be published. Required fields are marked *